ଅନୁଗୁଳ : ରାସ୍ତାକଡ଼ରେ ପଡିଛି ମୃତଦେହ । ତାଲେଚର ମୁଣ୍ଡାବଜାର ଏଫ୍ସିଆଇ ରାସ୍ତାକଡ଼ରୁ ଠାବ ହୋଇଛି ମୃତଦେହ । ମୃତକ ଜିତେନ୍ଦ୍ର ସାଥୁଆ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ହତ୍ୟା ସନ୍ଦେହ ।
ଖବର ଅନୁଯାୟୀ, ଜିତେନ୍ଦ୍ର ସାଥୁଆ ଅନୁଗୁଳ ନାଲ୍କୋରେ ଠିକା ଶ୍ରମିକ ଭାବେ କାମ କରନ୍ତି । ଗତକାଲି ଡ୍ୟୁଟି କରିବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି । ଏହାପରେ ରାସ୍ତାକଡ଼ରେ ତାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଏକ ବାଇକ ମଧ୍ୟ ପଡିଛି । ତୁରନ୍ତ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ବିକ୍ରମପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ସାଇଣ୍ଟିଫିକ୍ ଟିମ୍କୁ ଅଧିକ ତଦନ୍ତ ପାଇଁ ଅପେକ୍ଷା କରାଯାଇଛି । ଜିତେନ୍ଦ୍ରଙ୍କ ପ୍ରକୃତ ଘର ନୟାଗଡ଼ ବୋଲି ଜଣାପଡିଛି। କିନ୍ତୁ ସେ ତାଳଚେର ବାଘମରା ଠାରେ ରହୁଥିଲେ।ତାଙ୍କ ମୁଣ୍ଡକୁ କେହି ଶକ୍ତ ଆଘାତ କରି ରାସ୍ତା କଡରେ ପକାଇ ପଳାଇ ଯାଇଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକ। ତେବେ ପୋଲିସର ଫୁଙ୍ଖାନୁପୁଙ୍ଖ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।