ରାସ୍ତାକଡରୁ ଯୁବକର ମୃତଦେହ ଉଦ୍ଧାର

0

ଚଣ୍ଡିଖୋଲ : ରାସ୍ତାକଡରୁ ଯୁବକର ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରାୟଧରାପୁର-ବନ୍ଧଢି଼ହ ମୁଖ୍ୟ ରାସ୍ତା ବରଡା ଛକ ନିକଟରୁ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଏହି ରାସ୍ତା କଡରେ ପାଣି ଭିତରେ ବାଇକ୍ ସହ ଜଣେ ଯୁବକ ପଡିଥିବା ଦେଖିବାକୁ ପାଇଥିଲେ । ଯାହାକୁ ନେଇ ବ୍ରହ୍ମବରଦା ଫାଣ୍ଡି ପୋଲିସକୁ ଖବର ଦିଆଯାଇଥିଲା ।  ପୋଲିସ ଘଟଣାର ତଦନ୍ତ କରି ପାଣି ଭିତରୁ ଯୁବକଙ୍କୁ ବାହାରକୁ ଆଣିଥିଲା । ବାହାରକୁ ଆସିବା ପରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଥିଲା । ମୃତ ଯୁବକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜନକ ଗ୍ରାମର ମହେଶ୍ବର ଜେନାସାମନ୍ତଙ୍କ ପୁଅ ଜିତେନ୍ଦ୍ରଙ୍କର ବୋଲି ଜଣାପଡିଛି ।  ସେ ସୋମବାର ବାଇକ୍ ଯୋଗେ ଘରୁ ବ୍ରହ୍ମବରଦା ଅଞ୍ଚଳକୁ ଆସିଥିଲେ ।

ତେବେ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ୨୧/ ୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଖବର ଲେଖା ହେବା ବେଳକୁ  ପରିବାର ପକ୍ଷରୁ ପୋଲିସରେ କିଛି ଅଭିଯୋଗ ହୋଇନଥିବା ଜଣାପଡିଛି ।

ମୃତ ଜିତେନ୍ଦ୍ର ୩ ଦିନ ତଳେ ହାଇଦ୍ରାବାଦରୁ ଘରକୁ ଆସିଥିଲେ । ସେ ସେଠାରେ ଆର୍ମି ଚାକିରୀ କରିଥିଲେ। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.