ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର, ଅଧିକ ଯାଞ୍ଚ ପାଇଁନିଆଯାଇଛି AIIMS

0

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ଅଧିକ ଯାଞ୍ଚ ପାଇଁ AIIMS କୁ ନିଆଯାଇଛି, ଯେଉଁଠାରେ ମଙ୍ଗଳବାର ତାଙ୍କର ବାଇପାସ୍ ସର୍ଜରୀ ହେବ ବୋଲି ସୂଚନା ମିଳିଛି । ରାଷ୍ଟ୍ରପତି ଭବନର ବିବୃତ୍ତିରେ ଏହି ସୂଚନା ଦିଆଯାଇଛି । ରାଷ୍ଟାପତି ଭବନ କହିଛନ୍ତି, ‘ନିୟମିତ ଡାକ୍ତରୀ ପରୀକ୍ଷା ପରେ ଡାକ୍ତରଙ୍କ ଦ୍ବାରା ରାଷ୍ଟ୍ରପତିଙ୍କ ତଦାରଖ କରାଯାଉଛି । ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ବିଶେଷଜ୍ଞମାନେ ତାଙ୍କୁ ତଦାରଖ କରୁଛନ୍ତି ।

ମିଳିଥିବା ବିବୃତ୍ତି ଅନୁଯାୟୀ, ‘ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ୨୭ ମାର୍ଚ୍ଚ ଅପରାହ୍ନରେ ଦିଲ୍ଲୀର AIIMS କୁ ନିଆଯାଇଥିଲା । ପରୀକ୍ଷା କରିବା ପରେ ଡାକ୍ତରମାନେ ତାଙ୍କୁ ବାଇପାସ୍ ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ । ଯାହା ମାର୍ଚ୍ଚ ୩୦ ଦିନ ସକାଳେ ହୋଇପାରେ । ଛାତି ଜନିତ ସମସ୍ୟା ପରେ ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସେନାର ରିସର୍ଚ୍ଚ ଏଣ୍ଡ ରେଫରାଲ ହସ୍ପିଟାଲକୁ ଅଣାଯାଇଥିଲା ।

ଡାକ୍ତରଖାନାର ମେଡିକାଲ ବୁଲେଟିନ୍‌ରେ କୁହାଯାଇଛି, ‘ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅବସ୍ଥା ସ୍ଥିର ରହିଛି । ଅଧିକ ଅନୁସନ୍ଧାନ ପାଇଁ ତାଙ୍କୁ AIIMS (ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ) କୁ ରେଫର୍ କରାଯାଇଛି ।

ରାଷ୍ଟ୍ରପତି ଭବନଙ୍କ ଟୁଇଟ୍‌ରେ କୁହାଯାଇଛି ଯେ ରାଷ୍ଟ୍ରପତିଙ୍କୁ ନିୟମିତ ଡାକ୍ତରୀ ପରୀକ୍ଷା ପରେ ତଦାରଖ କରାଯାଉଛି । ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସୂଚନା ନେଉଥିବା ସମସ୍ତ ଶୁଭେଚ୍ଛୁଙ୍କୁ ରାଷ୍ଟ୍ରପତି ଧନ୍ୟବାଦ ଜଣାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ହସ୍ପିଟାଲକୁ ଯାଇ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ।

Leave A Reply

Your email address will not be published.