ରେଳ ଲାଇନ କାମ ଚାଲିଥିବା ବେଳେ ଭାସିଗଲେ ୮ ଶ୍ରମିକ

0

କୋଲକାତା : ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ଯୋଗୁଁ ବିଭିନ୍ନ ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେ​‌ଳେ ଦାର୍ଜିଲିଂରେ ୮ ଜଣ ଶ୍ରମିକ ଭାସିଯାଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ ଜଣ ନିଖୋଜ ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ଦାର୍ଜିଲିଂର ଏକ ସ୍ଥାନରେ ରେଳ ଲାଇନ୍ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ତେବେ ପ୍ରୋଜେକ୍ଟ କାମ ଜାରି ରହିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡସ୍ଲାଇଡ୍‌ ହୋଇଥିଲା । ପ୍ରବଳ ବର୍ଷା ଯୋଗୁଁ କାମ ବନ୍ଦ ରହିଥିଲା । ଶ୍ରମିକମାନେ ନିକଟରେ ଥିବା କ୍ୟାମ୍ପରେ ରହିଥିଲେ । ତେବେ ହଠାତ ଭୂସ୍ଖଳନ ହେବା ଯୋଗୁଁ କ୍ୟାମ୍ପରେ ୮ ଜଣ ଶ୍ରମିକ ଭାସିଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୫ ଜଣ ଭାସିଯାଇଥିଲେ । ବର୍ତ୍ତମାନ ମଧ୍ୟ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.