ରେଙ୍ଗାଳି ଡ୍ୟାମ୍‌ରୁ ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ

0

ଅନୁଗୋଳ : ରେଙ୍ଗାଳି ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି ।  ବୁଧବାର ଦିନ ୧୧ଟା ବେଳେ ଗୋଟିଏ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସିତ କରାଯାଇଛି । ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ କରାଯାଉଛି । ଗେଟ୍ ଖୋଲାଯିବା ବେଳକୁ ରେଙ୍ଗାଳୀ ଜଳ ଭଣ୍ଡାରରେ ୧୧୯.୮୧ ମିଟର ଉଚ୍ଚତାର ଜଳ ରହିଥିଲା ।

ରେଙ୍ଗାଳି ଜଳଭଣ୍ଡାରକୁ ଉପର ମୁଣ୍ଡରୁ ୧୬୨୭ ଘନ ମିଟର ପ୍ରତି ସେକେଣ୍ଡ ଜଳ ପ୍ରବେଶ କରୁଥିଲା । ଗୋଟିଏ ଗେଟ୍ ଦେଇ ୧୦୦୦ ଘନ ମିଟର ପାଣି ଛଡ଼ାଯିବ । ତେଣୁ ତଳ ମୁଣ୍ଡରେ ବ୍ରାହ୍ମଣୀ ନଦୀ କୂଳରେ ବସବାସ କରୁଥିବା ଗାଁ ଗୁଡିକକୁ ସତର୍କ ରହିବା ପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରାଇଛନ୍ତି ରେଙ୍ଗାଳି ଜଳ ସମ୍ପଦ ବିଭାଗ । ଉଲ୍ଲେଖଯୋଗ୍ୟ ଯେ, ରେଙ୍ଗାଳୀ ଜଳଭଣ୍ଡାରର ମୋଟ୍ ଜଳଧାରଣା କ୍ଷମତା ୧୨୫.୫ ମିଟର ଉଚ୍ଚତା ରହିଛି ।୮: ରେଙ୍ଗାଳି ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି ।  ବୁଧବାର ଦିନ ୧୧ଟା ବେଳେ ଗୋଟିଏ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସିତ କରାଯାଇଛି । ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ କରାଯାଉଛି । ଗେଟ୍ ଖୋଲାଯିବା ବେଳକୁ ରେଙ୍ଗାଳୀ ଜଳ ଭଣ୍ଡାରରେ ୧୧୯.୮୧ ମିଟର ଉଚ୍ଚତାର ଜଳ ରହିଥିଲା ।

Leave A Reply

Your email address will not be published.