ରେଙ୍ଗାଳି ଡ୍ୟାମରୁ ବୁଧବାର ଛଡାଯିବ ପ୍ରଥମ ବନ୍ୟାଜଳ

0

ଅନୁଗୁଳ : ରେଙ୍ଗାଳି ଡ୍ୟାମରୁ ବୁଧବାର ଛଡାଯିବ ପ୍ରଥମ ବନ୍ୟାଜଳ । ଚଳିତ ବର୍ଷ ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ। ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ହୋଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୧୧୯.୬୯ ରହିଥିଲା । ବାସ୍ତବରେ ଅଗଷ୍ଟ ୩ରେ ଜଳଭଣ୍ଡାରରେ ଜଳସ୍ତର ୧୧୬.୪୦ ମିଟର ରହିବା କଥା । କିନ୍ତୁ ଉପରମୁଣ୍ଡରେ ବର୍ଷା ଜାରି ରହିବା ଫଳରେ ଜଳସ୍ତର ବଢ଼ିବାରେ ଲାଗିଛି ।  ତଳ ମୁଣ୍ଡରେ ବ୍ରାହ୍ମଣୀ ନଦୀ କୂଳରେ ବସବାସ କରୁଥିବା ଗାଁ ଗୁଡିକକୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରାଇଛନ୍ତି ରେଙ୍ଗାଳୀ ଜଳ ସମ୍ପଦ ବିଭାଗ ।

Leave A Reply

Your email address will not be published.