ରୋଷେଇ ବେଳେ ଗ୍ୟାସ୍ ଟାଙ୍କି ଫାଟି ମହିଳାଙ୍କ ମୃତ୍ୟୁ

0

ନୟାଗଡ : ରୋଷେଇ ବେଳେ ଅଘଟଣ । ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ଘର ଜଳିଯାଇଛି । ଦୁର୍ଘଟଣାରେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଓ ଝିଅ ଗୁରୁତର ହୋଇଛନ୍ତି । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ବିରିଡି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ବିରିଡି ଗାଁରେ ରୋଷେଇ କରିବା ବେଳେ ଗ୍ୟାସ୍ ଟାଙ୍କି ଫାଟିଯାଇଛି । ବିସ୍ଫୋରଣ ଫଳରେ ରୋଷେଇ କରୁଥିବା ମହିଳାଙ୍କର ମୃତ୍ୟୁ ହୋଇଛି । ଘରେ ଥିବା ମହିଳାଙ୍କ ସ୍ବାମୀ ଓ ଝିଅ ଗୁରୁତର ହୋଇଛନ୍ତି । ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ଘଟିବା ପରେ ଘରେ ମଧ୍ୟ ନିଆଁ ଲାଗିଯାଇଥିବା ଜଣାପଡିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚିଛନ୍ତି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.