ସବୁ ସହରରେ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଶିବରାଜ

0

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ଲଗାତର ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛ। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୨୬ ହଜାରରୁ ଅଧିକ କୋଭିଡ୍ ଆକ୍ରାନ୍ତ । ଯାହାକୁ ନେଇ ଚିନ୍ତା ବଢିଯାଇଛି । ଏହାକୁ ନଜରରେ ରଖି ମଧ୍ୟପ୍ରଦେଶ ସରକାର ବଡ ପଦକ୍ଷେପ ନେଇଛନ୍ତି ।

ସୂଚନା ମୁତାବିକ, ମଧ୍ୟପ୍ରଦେଶର ସମସ୍ତ ସହରରେ ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ। ପ୍ରଥମେ ଏହା କିଛି ଜିଲ୍ଲାରେ ଲାଗୁ ହୋଇଥିଲା।ପରେ ଏହା ସମସ୍ତ ସହରରେ ଏହାକୁ ଲାଗୁ ହେବା ନେଇ ଘୋଷଣା କରାଯାଇଛି । ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ସହର ଗୁଡିକ ସମ୍ପୂର୍ଣ୍ଣ ଲକଡାଉନ୍ ରହିବ । ୬୦ ଘଣ୍ଟା ପାଇଁ ଜାରି ହେବ ଲକ୍‌ଡାଉନ୍‌। ଲକ୍‌ଡାଉନ ସମୟରେ ଜିଲ୍ଲାରେ ଜରୁରିକାଳୀନ ସେବାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଦୋକାନ, ଘରୋଇ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିବ । ଏହି ସମୟରେ ଲୋକମାନେ ଘରୁ ବାହାରିବେ ନାହିଁ । ରାଜ୍ୟବାସୀ କରୋନା କଟକଣା ପାଳନ କରିବା ସହ ବିନା କାରଣରେ ଘରୁ ବାହାରକୁ ବାହରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।

Leave A Reply

Your email address will not be published.