ଶହଶହ ଏକର ଚାଷଜମି ଜଳମଗ୍ନ

0

କଳାହାଣ୍ଡି,: ଇନ୍ଦ୍ରାବତୀ ଉଠାଜଳସେଚନ କେନାଲରେ ଘାଇ। ଶହଶହ ଏକର ଚାଷଜମି ଜଳମଗ୍ନ । ଶୁକ୍ରବାର ବିଳମ୍ବିତ ରାତିରେ କୋକସରା ବ୍ଲକର ମାଝୀଗୁଡା ନିକଟରେ ଏହି ଘାଇ ସୃଷ୍ଟି ହୋଇଥିବା ଜଣାପଡିଛି ।

କେନାଲରେ ପ୍ରାୟ  ୧୦ ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଚଳିତ ବର୍ଷ ପ୍ରଥମ ଥର ଉଠାଜଳସେଚନ ପ୍ରକଳ୍ପ ଦ୍ବାରା ପାଣି ଛଡାଯାଇଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁଁ କେନାଲ ଭୁଶୁଡି ଯାଇଥିବା ଅଭିଯୋଗ ହୋଇଛି।

ତେବେ ଘାଇ ପାଇଁ ମାଝୀଗୁଡା ଓ କୋକସରା ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା ସୃଷ୍ଟି ହୋଇଛି। ଏବେସୁଦ୍ଧା ଘଟଣାସ୍ଥଳରେ କୈାଣସି ଅଧିକାରୀ ପହଁଚି ନଥିବା ସୂଚନା ମିଳିଛି ।

Leave A Reply

Your email address will not be published.