ସହିଦ ସପ୍ତାହର ଆଜି ହେଉଛି ଶେଷ ଦିନ

0

ମାଲକାନଗିରି : ନକ୍ସଲପନ୍ଥୀଙ୍କ ସହିଦ ସପ୍ତାହର ଆଜି ହେଉଛି ଶେଷ ଦିନ । ହେଲେ ଗତକାଲି ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ନକ୍ସଲ ମାନେ ପାଳନ କରିଥିଲେ ସହିଦ ସପ୍ତାହ । ଏଥିରେ ସିମାନ୍ତ ମାଲକାନଗିରି ଓ ସୁକୁମା ଜିଲ୍ଲାର ଶହ ଶହ ଆଦିବାସୀ ଲୋକେ ଯୋଗ ଦେଇଥିଲେ । ଆଦିବାସୀ ଲୋକଙ୍କୁ ବସାଇ ପ୍ରଥମେ ମାଓ ନେତା ଲାଲ୍ ସଂଗଠନ ସଂପର୍କରେ ଆଦିବାସୀ ଲୋକଙ୍କୁ ଅବଗତ କରିଥିଲେ ।  ମାଓ ସଂଗଠନ ଗରିବ ଆଦିବାସୀ ଲୋକଙ୍କ ପାଇଁ ଲଢେଇ ଜାରି ରଖିଛି ବୋଲି କହିଥିଲେ ମାଓନେତା । ଏହା ସହ ମହିଳା ମାଓବାଦୀ ମାନେ ମଧ୍ୟ କୋୟା ଆଦିବାସୀ ଭାଷାରେ ଲୋକଙ୍କୁ ବୁଝାଇଥିଲେ । ଏହା ପରେ ଚଳିତବର୍ଷ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ନକ୍ସଲ ସାଥିଙ୍କ ସ୍ମୁତି ଉଦ୍ଦେଶ୍ୟରେ ମାଓବାଦୀ ମାନେ ଜଙ୍ଗଲ ଭିତରେ ସହିଦ ସ୍ତମ୍ଭ ସ୍ଥାପନ କରିବା ସହ ଉପସ୍ଥିତ ଗ୍ରାମବାସୀଙ୍କୁ ନେଇ ଶୋଭାଯାତ୍ରା ମଧ୍ୟ କରିଥିଲେ । ତେବେ ଜଙ୍ଗଲ ଭିତରେ ନକ୍ସଲ ପନ୍ଥିଙ୍କ ଏତେ ବଡ ଆୟୋଜନ ଚାଲିଥିବା ବେଳେ ପୋଲିସ କିନ୍ତୁ ଘଟଣା ସଂପର୍କରେ ଆଦୌ ଟେର ପାଇନଥିଲେ ।

Leave A Reply

Your email address will not be published.