ସଲମାନ ଖାନ୍‌ଙ୍କ ଏ‌କ୍ସ-ଗର୍ଲଫ୍ରେଣ୍ଡ ସୋମି ଅଲ୍ଲୀଙ୍କ ବଡ଼ ଖୁଲାସା

0

ମୁମ୍ବାଇ,୧୩।୩: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଗର୍ଲଫ୍ରେଣ୍ଡଙ୍କ ଲିଷ୍ଟ ଖୁବ୍ ଲମ୍ବା। ତଥାପି ମଧ୍ୟ ଆଜି ପର୍ଯ୍ୟନ୍ତ ବିବାହ କରିପାରିନାହାନ୍ତି ସଲମାନ, ତେବେ ସଲମାନଙ୍କ ପାକିସ୍ତାନୀ ପ୍ରେମିକା ବିଷୟରେ ତ ଜାଣିଥିବେ। ଏକଦା ସଲମାନଙ୍କ ଗର୍ଲଫ୍ରେଣ୍ଡ ରହିସାରିଥିବା ପାକିସ୍ତାନୀ ଅଭିନେତ୍ରୀ ସୋମି ଅଲ୍ଲୀ  ଏକ ଇଣ୍ଟରଭ୍ୟୁରେ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି। ଏହି ଅଭିନେତ୍ରୀ ଜଣକ କହିଛନ୍ତି, ପିଲାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏପରିକି ବହୁବାର ତାଙ୍କର ଯୌନ ଶୋଷଣ କରାଯାଇଥିଲା।

୯୦ ଦଶକରେ ବଲିଉଡ ଫିଲ୍ମରେ କାମ କରିଥିବା ପାକିସ୍ତାନୀ ଅଭିନେତ୍ରୀ ସୋମି କୁହନ୍ତି ଯେ, ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସେ ଏହି କଥାକୁ ସାରା ଦୁନିଆଠାରୁ ଲଚେଇ ରଖିଥିଲେ। ବାପା-ମାଙ୍କୁ କହିବା ପରେ ସେ ଏକଥା କାହା ସହିତ ସେୟାର କରିନଥିଲେ। ଏବେ ସୋମି ଦୁଷ୍କର୍ମ ପୀଡିତାଙ୍କ ପାଇଁ ଏନଜିଓ ଚଳାଉଛନ୍ତି। ଦୀର୍ଘ ବର୍ଷ ପରେ ଏବେ ସୋମି ତାଙ୍କର ଏହି କଷ୍ଟକୁ ଲୁଚାଇ ପାରିନାହାନ୍ତି। ସେ ସାରା ଦୁନିଆ ଆଗରେ ନିଜ ମନର ଯନ୍ତ୍ରଣାକୁ ଖୋଲି ଦେଇଛନ୍ତି।

ଅଭିନେତ୍ରୀଙ୍କ କହିବା ଅନୁସାରେ, ଯେତେବେଳେ ମୋର ପାକିସ୍ତାନରେ ଶୋଷଣ ହୋଇଥିଲା ସେତେବେଳେ ମୋତେ ୫ ବର୍ଷ ହୋଇଥିଲା। ସେତେବେଳେ ସର୍ଭେଣ୍ଟ କ୍ବାଟରରେ ୩ ଥର ମୋ ସହିତ ଏଭଳି ହୋଇଛି। ବାପା-ମାଙ୍କୁ କହିଥିଲି ଓ ଆକ୍ସନ ମଧ୍ୟ ନିଆଯାଇଥିଲା। ତେବେ ସେମାନେ ମୋତେ ଏ ବିଷୟରେ କାହାକୁ କିଛି ନଜଣାଇବାକୁ କହିଥିଲେ। ମୁଁ ଏହା ଭାବୁଥିଲି ଯେ, ମୁଁ କିଛି ଭୁଲ କରିଛି। କିନ୍ତୁ ଏତିକିରେ ସବୁକିଛି ଅଟକି ନଥିଲା। ମୋ ସହିତ ୯ ଓ ୧୪ ବର୍ଷ ବୟସରେ ଏଭଳି ଘଟଣା ହୋଇଥିଲା। ସୋମିଙ୍କ ଏଭଳି ଖୁଲାସା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ ଯେ, ସୋମି ଅଲ୍ଲୀ ଖାନ୍ ଓ ସଲମାନ ଖାନ୍ ପରସ୍ପର ୮ ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିଲେ। ସେତେବେଳେ ଦୁହିଁଙ୍କର ସମ୍ପର୍କ ସବୁବେଳେ ଚର୍ଚ୍ଚାର ପରିସରରେ ରହୁଥିଲା। ଦୁହିଁଙ୍କର ବଣ୍ଡିଂକୁ ନେଇ ଚର୍ଚ୍ଚା ହେଉଥିଲା ବିବାହ କରିପାରନ୍ତି। ସଲମାନଙ୍କୁ ସୋମି ଖୁବ୍ ଭଲ ପାଉଥିଲେ। ଆଉ ସେହିଥାଇଁ ଖାସ୍ ସେ ବଲିଉଡକୁ ଆସିଥିଲେ। ସଲମାନଙ୍କ ସହିତ ସୋମିଙ୍କ ସମ୍ପର୍କ କିମ୍ବା ବଲିଉଡରେ କ୍ୟାରିୟର ବେଶି ଦିନ ତିଷ୍ଠି ପାରିଲାନି। ଅଭିନେତ୍ରୀ ଜଣକ କିଛି ଫିଲ୍ମରେ ଅଭିନୟ କରି ବଲିଉଡକୁ ଅଲବିଦା କରିଦେଇଥିଲେ। ସେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନିଜ ପାଇଁ ଫିଟ୍ ମାନୁନଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ସେ ଲାଇମଲାଇଟରୁ ଦୂରେଇ ଯାଇଛନ୍ତି। ସଲମାନଙ୍କ ସହ ବ୍ରେକଅପ୍ ପରେ ଏବେ ମଧ୍ୟ ସୋମି ବିବାହ କରିନାହାନ୍ତି। ସମାଜର ଅବହେଳିତ ଲୋକଙ୍କର ସାହାଯ୍ୟ କରି ନିଜର ଜୀବନ ବିତାଉଛନ୍ତି।

Leave A Reply

Your email address will not be published.