ସାମନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ

0

ରାଇରଙ୍ଗପୁର : ସାମନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଇରଙ୍ଗପୁର ଥାନା ଭାଲୁବସା ପଞ୍ଚାୟତର ବୁଢ଼ାମରା ଗ୍ରାମରେ । ମୃତକ ହେଲେ ସୁକେଶ ମହାନ୍ତ ।

 

ସୂଚନାଯୋଗ୍ୟ ଯେ, ସୁକେଶଙ୍କ ପଡୋଶୀ ଚନ୍ଦ୍ର ମୋହନ ମହାନ୍ତ ଛେଳି ଚରାଇ ଫେରୁଥିବା ବେଳେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଚନ୍ଦ୍ର ମୋହନ ସୁକେଶଙ୍କ ମୁଣ୍ଡରେ ଏକ ଠେଙ୍ଗାରେ ପ୍ରହାର କରିଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବୋହୂ ମଧ୍ୟ ଆକ୍ରମଣର ଶିକାର ହେବ ସହିତ ମୁଣ୍ଡ ଫାଟି ଯାଇଥିଲା। ତେବେ ସୁକେଶଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଚନ୍ଦ୍ର ମୋହନକୁ ଗିରଫ କରିଥିବା ବେଳେ ଚନ୍ଦ୍ର ମୋହନର ମାନସିକ ସ୍ଥିତି ଠିକ ନଥିବା ଜଣା ପଡ଼ିଛି । ପୋଲିସ ହତ୍ୟା ମାମଲା ଦାୟର କରି ତଦନ୍ତ କରୁଛି ।

Leave A Reply

Your email address will not be published.