ସାମାନ୍ୟ ବଚସାରୁ ଟ୍ରେନ ଲାଇନରେ ପ୍ରାଣ ହାରିଛି ପୁଅ

0

ଢେଙ୍କାନାଳ, : ଘରେ ବାପାଙ୍କ ସହ ସାମାନ୍ୟ ବଚସାରୁ ଟ୍ରେନ ଲାଇନରେ ପ୍ରାଣ ହାରିଛି ପୁଅ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳରେ । ମୃତ ଯୁବକ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କତକମଡ଼ା ଗ୍ରାମର ସନ୍ତୋଷ ବେହେରା ବୋଲି ଜଣାପଡିଛି ।

 

ପୂର୍ବତଟ ରେଳପଥର ଢେଙ୍କାନାଳ ଷ୍ଟେସନ ଓ ଶ୍ୟାମଚରଣପୁର ପିଏଚ ମଧ୍ୟରେ ଥିବା କଇଥ ପୋଲ ନିକଟରେ ସନ୍ତୋଷ ଟ୍ରେନ ଆଗକୁ ଆସି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଖବର ପାଇ ସନ୍ତୋଷଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟ୍ରେନ ଧକ୍କାରେ ସନ୍ତୋଷଙ୍କ ମୃତଦେହ ଟ୍ରେନ ଲାଇନ ପାର୍ଶ୍ୱରେ ପଡିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.