ଗଞ୍ଜାମ: ମଦ ପାଇଁ ବାପାର ଜୀବନ ନେଲା ପୁଅ। ସାମାନ୍ୟ କିଛି ଟଙ୍କା ପାଇଁ ବାପାକୁ ହତ୍ୟା କରାଇବାକୁ ପଛାଇଲାନି ସଇତାନ ପୁଅ। ଏଭଳି ଏକ ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଘଟିଛି। ମୃତକଙ୍କ ନାମ କରୁଣାକର ସାହୁ ବୋଲି ସୂଚନା ରହିଛି।
ମିଳିଥିବା ସୂଚନା ମୁତାବିକ, ମୃତ କରୁଣାକରଙ୍କ ସାନ ପୁଅ ମଦ ପିଇବା ପାଇଁ ଟଙ୍କା ମାଗିଥିଲା। ହେଲେ କରୁଣାକର ଟଙ୍କା ନଦେବାରୁ ବାପ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଏହାପୂର୍ରବୁ କୌଣସି କାରଣରୁ ଘରୋଇ କଳହ ଲାଗି ରହିଥିଲା।
ଟଙ୍କା ନଦେବାରୁ ଉତ୍ତ୍ୟକ୍ତ ସାନ ପୁଅ ରବିବାର ରାତିରେ ବାପା ଶୋଇଥିବା ଅବସ୍ଥାରେ ପୁଅ ପୂର୍ବ ରାଗରୁ ଠେଙ୍ଗା ଓ ମାରଣାସ୍ତ୍ରରେ ଆକ୍ରମଣ କରି ରକ୍ତାକ୍ତ କରି ପକାଇଥିଲା। ଗୁରୁତର ଅବସ୍ଥାରେ କରୁଣାକରଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କ ଜୀବନ ରକ୍ଷା ସମ୍ଭବପର ହୋଇ ପାରିନଥିଲା। କବିସୂର୍ଯ୍ୟନଗର ଥାନା ପୁଲିସ ଡାକ୍ତରଖାନା ଓ ଉକ୍ତ ଗାଁରେ ପହଞ୍ଚି ତଦନ୍ତ କରୁଛି। ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି।