ସମସ୍ତ ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀ ନେଉନାହାଁନ୍ତି କରୋନା ଟିକା

0

ନୂଆଦିଲ୍ଲୀ  :ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହାମଧ୍ୟରେ ସମସ୍ତ ଦେଶ ଟିକାକରଣକୁ ଜୋର୍ ଦେଇଛନ୍ତି । ଟିକା ନେବାକୁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । କିନ୍ତୁ ଏପରି କିଛି ସ୍ଥାନ ଅଛି ଯେଉଁଠି ଏବେବି ଟିକାକୁ ଲୋକେ ଗ୍ରହଣ କରୁ ନାହାଁନ୍ତି । ଡରୁଛନ୍ତି । ସଚେତନତା ଅଭାବରୁ ଟିକା ନେବାକୁ କୁଣ୍ଠାବୋଧ କରୁଛନି । ଆମେରିକାର ସେନାନଦୋହା ଉପତ୍ୟାକାରେ ଲୋକେ ଟିକା ନେଉନଥିବା ଦେଖିବାକୁ ମିଳିଛି ।

ଉପତ୍ୟାକାର ମହିଳାମାନେ ଟିକା ନେବାକୁ ରାଜି ହେଉନାହାଁନ୍ତି । ତେବେ ଓ୍ୱିଞ୍ଚଷ୍ଟୋର୍ ମେଡିକାଲ ସେଣ୍ଟରର ନର୍ସମାନଙ୍କ ଚିନ୍ତା ବଢିଯାଇଛି । ଯଦି ସେମାନେ ଟିକା ନ ନିଅନ୍ତି ଚାକିରିରୁ ନିଲମ୍ବନ ନେଇ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଗୋଟିଏ ପରେ ନର୍ସଙ୍କୁ ଟିକା ନେବାକୁ ଚାପ ପଡୁଥିବା ବେଳେ ଅନ୍ୟପଟେ ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ହାତରେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି । ଜବରଦସ୍ତ ଟିକାକୁ ସେମାନେ ଗ୍ରହଣ କରିବେ ନାହିଣ ବୋଲି ମଧ୍ୟ ନାରାବାଜି ଦେଉଛନ୍ତି ।

ସ୍ଥାନୀୟ ପ୍ରଶାସନ କହିଥିଲା ଯେ, ହସ୍ପିଟାଲରେ କାମ କରୁଥିବା ୬୩୦୦ ମହିଳା ନର୍ସ ଟିକା ନେବାକୁ ବାଧ୍ୟ । ଏଥିପାଇଁ ଗତ ଜୁଲାଇ ୧୯ ତାରିଖରେ ୬ଟି ଟିକାଦାନ କେନ୍ଦ୍ର ପ୍ରସ୍ତୁତ ହୋଇଥିଲା । କିନ୍ତୁ ଅନେକ ଟିକା ନେଇନତିବା ଦେଖିବାକୁ ମିଳିଥିଲା । ତେବେ ଓ୍ୱିଞ୍ଚଷ୍ଟନରେ ୫୭ ପ୍ରତିଶତ ପ୍ରାପ୍ତ ବୟସ୍କଙ୍କୁ ଟିକା ଦିଆଯାଇଛି । ଯାହା ରାଜ୍ୟ ହାରଠୁ କମ୍ ।କିନ୍ତୁ ହସ୍ପିଚାଲର କର୍ମଚାରୀମାନେ ଟିକା ନେବାକୁ ମନା କରିବା ସହ ଟିକା ନେଲେ ବିପଦ ରହିଥିବା ଯୁକ୍ତି କରୁଛନ୍ତି ।

Leave A Reply

Your email address will not be published.