ସମ୍ବଲପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

0

ସମ୍ବଲପୁର : ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ କୁଦ-ଗୁଣ୍ଡେରପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ । ତେବେ ଚାଷୀ ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଜଣଙ୍କ କୁଦ ଗୁଣ୍ଡେରପୁରକ କୈବଲ୍ୟ ରୋହିଦାସ । ତାଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡିଛି । ସେ ବୁଧବାର ରାତିରେ ବିଷ ପିଇଥିଲେ । ଶୁକ୍ରବାର ତାଙ୍କର ମୃତଦେହ ବ୍ୟବଚ୍ଛେଦ ପାଇଁ ଅଣଯାଇଛି ।

ସୂଚନାଯୋଗ୍ୟ ଯେ, କୈବଲ୍ୟଙ୍କ ଗତ ରବି ଚାଷରେ ମାତ୍ର ୪୫ କ୍ବିଣ୍ଟାଲ ଧାନ ବିକ୍ରି ହୋଇପାରିଥିବାବେଳେ ବାକି ତକ ଧାନ ଦଲାଲକୁ ଦେଇଥିଲେ । ରବିରେ ସେ ୮ଏକର ଚାଷ କରି ଧାର ଉଦ୍ଧାର କରିଥିଲେ । ସେପଟେ ଚଳିତ ଖରିଫରେ ମଧ୍ୟ ସେ ପହ୍ଲା ରୁଆ କରିପାରିନାହାନ୍ତି । ଦେଢ ଏକର କରିଥିବା ଚାଷ ନଷ୍ଟ ହୋଇଛି । ମାତ୍ରାଧିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ଦଶରଥ ରୋହିଦାସ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.