ସମ୍ବଲପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

0

ସମ୍ବଲପୁର : ପୁଣି ସମ୍ବଲପୁରରେ ବୁଲିଲା ଖଣ୍ଡା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୁର୍ଲାରେ ଭୁଜାଲି ମାଡ। ଗତକାଲି ବିଳମ୍ବିତ ରାତିରେ ବୁର୍ଲା ନେତାଜୀ ଛକରେ ଏହି ଘଟଣା ଘଟିଛି। ଭୁଜାଲି ଓ ଲୁହା ରଡରେ କିଛି ଯୁବକ ଉକ୍ତ ଅଞ୍ଚଳର ଦୁଇ ଭାଇଙ୍କ ଉପରେ ଆକ୍ରମଣ କରିଛନ୍ତି। ଫଳରେ ଦୁଇ ଭାଇଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ, ଦୁଇଭାଇ ରାମପ୍ରସାଦ ଲୁହା ଓ ରାଜକୁମାର ଲୁହା ଗତକାଲି ବୁର୍ଲା ନେତାଜୀ ଛକରେ ଥିବା ବେଳେ କିଛି ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହି ଯୁବକମାନେ ଭୁଜାଲି ଓ ଲୁହା ରଡରେ ଦୁଇ ଭାଇଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଜଣଙ୍କର ମୁଣ୍ଡ ଫାଟିବା ସହ ମୁହଁରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କର ପିଠିରେ ପଟେ ଆଘାତ ଲାଗିବା ସହ ପ୍ରବଳ ରକ୍ତ ସ୍ରାବ ହୋଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀମାନେ ବୁର୍ଲା ବିଷ୍ଣୁମନ୍ଦିର ପଡାର ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ତେବେ ଏହି ଆକ୍ରମଣକାରୀମାନେ ଏବେ ଫେରାର ଥିବା ବେଳେ ପୋଲିସ ତାଙ୍କର ସନ୍ଧାନ କରୁଛି।

ସମ୍ବଲପୁରରେ ବାରମ୍ବାର ସର୍ବ ସାଧାରଣ ସ୍ଥାନରେ ଏଭଳି ଖଣ୍ଡା ବୁଲିବା ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମନରେ ଛନକା ପଶିଛି। ଅପର ପକ୍ଷରେ ପୋଲିସର ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.