ସାନ ଭଉଣୀକୁ ଟାଙ୍ଗିଆରେ ହାଣି ନିଜେ ଆତ୍ମହତ୍ୟା କଲା ବଡ ଭଉଣୀ

0

ବାଂଶପାଳ : ଅଭାବନୀୟ। ସାନ ଭଉଣୀକୁ ଟାଙ୍ଗିଆରେ ହାଣି ନିଜେ ଆତ୍ମହତ୍ୟା କଲା ବଡ ଭଉଣୀ । ଶୋଇଥିବା ସମୟରେ ସାନ ଭଉଣୀକୁ ଟାଙ୍ଗିଆ ରେ ହାଣି ହତ୍ୟା କରିବା ପରେ ନିଜେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି। ମୃତକ ବଡ ଭଉଣୀ କ୍ଷୀରମଣି ଦେହୁରୀ ଓ ସାନ ଭଉଣୀ ରୁକ୍ମଣୀ ଦେହୁରୀ। ବାଂଶପାଳ ବ୍ଲକ ନୟାକୋଟ ଫୁଲଝର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ନୟାକୋଟ ଥାନା ଫୁଲଝର ଗାଁର ଭିକାରୀ ଦେହୁରୀ ଏବଂ ତାଙ୍କ ସ୍ତ୍ରୀଙ୍କ  ଦିନ ବେଳା ବିଲ କାମ କରିବାକୁ  ଯାଇଥିଲେ । ଘରେ ଦୁଇ ଝିଅ ଥିଲେ। ତେବେ ଦେହ ଅସୁସ୍ଥ ଥିବାରୁ ସାନ ଭଉଣୀ ରୁକ୍ମଣୀ ଘରେ ଶୋଇଥିଲେ। ଏହି ସମୟରେ ବଡ଼ ଭଉଣୀ କ୍ଷୀରମଣୀ ଦେହୁରୀ ସାନ ଭଉଣୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏହାପରେ  ଘରର ଭିତର ପଟୁ କବାଟ ଦେଇ ଫ୍ୟାନ ଫାଶି ଲଗାଇ ଆତ୍ମହତ୍ୟା କରିଛି। ପରିବାର ଲୋକେ ବିଲରୁ ଆସିବା ପରେ କବାଟ ବନ୍ଦ ଥିବା ଦେଖିଥିଲେ । ବହୁ ସମୟ କବାଟ ବାଡେଇବା ପରେ ଖୋଲି କୌଣସି ଉତ୍ତର ମିଳିନଥିଲା । ଝରକା ପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାନ ଭଉଣୀର ମୃତଦେହ ଓ ବଡ଼ ଭଉଣୀଙ୍କ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହାପରେ ପରେ କବାଟ ଭାଙ୍ଗି ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ  ପୋଲିସ ପହଞ୍ଚି ନଥିବା ଜଣାପଡ଼ିଛି।

Leave A Reply

Your email address will not be published.