କଳାହାଣ୍ଡି : ସାପ କାମୁଡାରେ ସାପ ଧରାଳୀଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଓ୍ବାର୍ଡ ନମ୍ବର ୬ରେ ଘଟିଛି ଏଭଳି ଘଟଣା । ମୃତକ ହେଉଛନ୍ତି ନକୁଳ ପୈଢ ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଓ୍ବାର୍ଡ ନମ୍ବରରେ ବବୁଲୁ ଖାଁଙ୍କ ଘରେ ସାପ ପଶିଯାଇଥିବା ବେଳେ ସାପ ଧରାଳୀ ନକୁଳ ପୈଢଙ୍କୁ ସାପ ଧରିବା ପାଇଁ ଡାକିଥିଲେ । ସାପ ଧରୁଥିବା ବେଳେ ତାଙ୍କୁ ନାଗ ସାପ କାମୁଡିଦେଇଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।