ସାପ କାମୁଡାରେ ୧୨ ବର୍ଷର ନାବାଳିକା ମୃତ

0

ତେଲକୋଇ : ସାପ କାମୁଡାରେ ୧୨ ବର୍ଷର ନାବାଳିକା ମୃତ । ଆମ୍ବୁଲାନ୍ସ ନ ଆସିବାରୁ ପ୍ରାଣ ହରାଇଥିବା ଅଭିଯୋଗ । ମୃତ ଛାତ୍ରୀ ହେଲେ ଡିମିରିମୁଣ୍ଡା ଗାଁର ଶ୍ରୀୟା ପ୍ରଧାନ ।

ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତି ୪ଟାରେ ଘରେ ଶୋଇଥିବା ବେଳେ ସାପ କାମୁଡି ଦେଇଥିଲା। ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସକୁ ଅପେକ୍ଷା କରି ନ ଆସିବାରୁ ଟେମ୍ପୋ ଯୋଗେ ସକାଳ ୭ଟା ବେଳେ ଶ୍ରୀୟାକୁ ତେଲକୋଇ ମେଡିକାଲକୁ ପରବାର ଲୋକ ଆଣିଥିଲେ । ସେତେବେଳକୁ ବିଳମ୍ବ ହୋଇ ଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.