ସାପକାମୁଡାରେ ଜୀବନ ହାରିଲା ଶିଶୁ କନ୍ୟା

0

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଖମୁଆଁ ଗ୍ରାମର କୁସୁମସାହିରେ ଅଘଟଣ । ସାପକାମୁଡାରେ ଜୀବନ ହାରିଲା ଶିଶୁ କନ୍ୟା । ମୃତ ଶିଶୁକନ୍ୟା ହେଲେ ପାର୍ବତୀ ମୁଣ୍ଡା ।

 

ସୂଚନା ଅନୁସାରେ, ଗୁରୁବାର ରାତିରେ ପାର୍ବତୀ ନିଜ ଜେଜେମାଙ୍କ ସହ ଶୋଇଥିଲେ । ଏହି ସମୟରେ କୌଣସି ଏକ ବିଷଧର ସାପ ତାଙ୍କୁ କାମୁଡ଼ିଦେଇଥିଲା। ପରିବାର ଲୋକେ ତାଙ୍କୁ ପାଟଣା ହସ୍ପିଟାଲକୁ ଆଣିଥିଲେ । କିନ୍ତୁ ହସ୍ପିଟାଲରେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ । ଶିଶୁକନ୍ୟାର ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.