ସଫଳତା ପାଇବା ପାଇଁ ହେଲେ ଏହି ଷଡରିପୁଠାରୁ ଦୂରରେ ରୁହନ୍ତୁ…

0

ଭୁବନେଶ୍ଵର : ସଫଳତାର ମନ୍ତ୍ର ଗୁଡିକ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ନୀତି ଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟଙ୍କ ଏହି ନୀତିକୁ ଆପଣେଇ ଲୋକମାନେ ସଫଳ ହେଉଛନ୍ତି। ଆଚର୍ଯ୍ୟ କହିଛନ୍ତି ଯେ, ସଫଳତାର ୬ଟି ରିପୁ ରହିଛି। ଏହି ଷଡରିପୁକୁ ଯେଉଁ ବ୍ୟକ୍ତି ଦମନ କରିପାରିବ ସେହି ବ୍ୟକ୍ତି ହିଁ ସଫଳ ହୋଇପାରିବ।

ତେବେ ଏହି ୬ଟି ଷଡରିପୁ ଗୁଡିକ ହେଉଛି-
୧- କାମ
୨-କ୍ରୋଧ
୩-ମଦ
୪-ଲୋଭ
୫-ଇର୍ଷା
୬-ମୋହ

ସଫଳତା ପାଇବା ପାଇଁ ଏହି ୬ଟି ରିପୁ ଠାରୁ ଦୂରରେ ରୁହନ୍ତୁ।

ପ୍ରଥମତଃ କାମ ବାସନାରୁ ଦୂରରେ ରୁହନ୍ତୁ– ବିଦ୍ଵାନମାନେ କୁହନ୍ତି ଯେ, କାମ ବାସନା ବ୍ୟକ୍ତିର ପ୍ରତିଭା ନଷ୍ଟ କରିଦିଏ। ତାହାର ଲକ୍ଷ୍ୟଠାରୁ ଦୂର କରିଦିଏ। ତେଣୁ କାମ ବାସନା ଠାରୁ ଦୂରରେ ରହିବା ଉଚିତ୍।

କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ– ଗୀତାରେ ଉପଦେଶ ଦେଇ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ଜଣେ ବ୍ୟକ୍ତିର ସବୁଠୁ ବଡ଼ ଶତ୍ରୁ କ୍ରୋଧ। କ୍ରୋଧରେ ଜଣେ ବ୍ୟକ୍ତି ଭଲ ମନ୍ଦ ବିଚାର କରିପାରେ ନାହିଁ। କ୍ରୋଧର ବଶବର୍ତ୍ତୀ ହୋଇ ଜଣେ ଲୋକ ଏଭଳି ଭୁଲ୍ କରି ବସେ ଯାହା ଦ୍ଵାରା ସେ ନିଜର କ୍ଷତି ଘଟାଇଥାଏ। କ୍ରୋଧ ଜଣକୁ ସଙ୍କଟକୁ ଠେଲି ଦେଇଥାଏ।

ଅହଙ୍କାର– ମନୁଷ୍ୟକୁ ଅହଙ୍କାର ଠାରୁ ଦୂରରେ ରହିବା ଉଚିତ୍। ଅହଙ୍କାରରେ ବୁଡି ରହିଥିବା ବ୍ୟକ୍ତି ସତ୍ୟ ଠାରୁ ସର୍ବଦା ଦୂରରେ ରୁହେ। ବୀପରିତ ପରିସ୍ଥିତିରେ ଏଭଳି ବ୍ୟକ୍ତିକୁ ସର୍ବଦା କଷ୍ଟ ହୋଇଥାଏ।

ଲୋଭ– ଲୋଭ ମନୁଷ୍ୟକୁ ସ୍ଵାର୍ଥୀ କରିଥାଏ। ଏହା ଦ୍ଵାରା ମନୁଷ୍ୟ ଜୀବନରେ ଶାନ୍ତି ଭଙ୍ଗ ହୋଇଥାଏ।

ଇର୍ଷା– ଇର୍ଷା ମନୁଷ୍ୟ ଜୀବନରେ ଦୁଃଖ ବୃଦ୍ଧି କରେ। ଅନ୍ୟର ସଫଳତାକୁ ଦେଖି ଇର୍ଷାଳୁ ବ୍ୟକ୍ତି ନିଜେ ନିଜେ ଜଳେ। ଏଭଳି ମନୁଷ୍ୟକୁ ସଫଳତା ମିଳେନାହିଁ।

ମୋହ– ମୋହ ଠାରୁ ଦୂରରେ ରହିବା ଉଚିତ୍। ବେଳେବେଳେ ମନୁଷ୍ୟ ମୋହର ବଶବର୍ତ୍ତୀ ହୋଇ ସଫଳତାର ରାସ୍ତାରୁ ବିପଥଗାମୀ ହୋଇଥାଏ। ତେଣୁ ସଫଳତା ପାଇବା ପାଇଁ ମୋହ ତ୍ୟାଗ କରିବା ଉଚିତ୍।

Leave A Reply

Your email address will not be published.