ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ କମିବାରେ ଲାଗିଛି। ହେଲେ ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ମାମଲା ଟିକେ ଅଧିକା ଅଛି। ଏସବୁକୁ ନଜରରେ ରଖି ରାଜ୍ୟରେ ତାଲା ବନ୍ଦ ବଢ଼ିବ ନା ନାହିଁ ତା’ଉପରେ ସାରା ରାଜ୍ୟର ନଜର ଥିବା ବେଳେ ଆଜି ଅପରାହ୍ନ ୨ଟା ୩୦ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କରିଛନ୍ତି ବଡ଼ ଘୋଷଣା।
ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ କୋଭିଡ୍ କଟକଣା ଲାଗୁ କରାଯାଇଛି । ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ କୋଭିଡ ନିୟମ କଡାକଡି ଭାବେ ପାଳନ ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ପୂର୍ବଭଳି କ୍ୟାଟାଗୋରୀ Aରେ ୨୦ ଜିଲ୍ଲା ଓ କ୍ୟାଟାଗୋରୀ Bରେ ୧୦ ଜିଲ୍ଲା ରହିଛନ୍ତି।
ଏସବୁ ମଧ୍ୟରେ ସବୁଠ ବଡ଼ ଖବର ଆସିଛି ଯେ, ସମଗ୍ର ରାଜ୍ୟରେ ଗଡ଼ିବ ବସ୍। ବସ୍ରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ଦେଇଛନ୍ତି ସରକାର। ଟ୍ୟାକ୍ସି, ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିପାରିବ। ବଜାର ଖୋଲିବା ସମୟ ଅନୁସାରେ, ଚାଲିବ ଅଟୋ, ଟ୍ୟାକ୍ସି। କେବଳ ପୁରୀକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବସ୍ ଚଳାଚଳକୁ ବାରଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।
କ୍ୟାଟାଗୋରୀ- B ରେ ଥିବା ୨୦ ଜିଲ୍ଲାଗୁଡିକରେ ସକାଳ ୬ଟାରୁ ରାତି ୮ଟା ଯାଏଁ ଖୋଲା ରହିବ। ଏଥିସହିତ ରାତି ୯ରୁ ସକାଳ ୫ ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ସେହିପରି କାଟାଗୋରୀ-Bରେ ଥିବା ୧୦ ଜିଲ୍ଲାରେ ସକାଳ ୬ଟା ରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ। ସାରା ରାଜ୍ୟରେ ଜାରି ରହିବ ନାଇଟକର୍ଫ୍ୟୁ ରହିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। କେବଳ କାଟାଗୋରୀ-B ରେ ଥିବା ୨୦ ଜିଲ୍ଲାରେ ଜାରି ରହିବ ସପ୍ତାହାପ୍ତ ସଟ୍ଡାଉନ୍ ।
ଏଥିସହିତ ଶୁକ୍ରବାରଠୁ ପାର୍ଲର, ସେଲୁନ୍ ଆସନ୍ତାକାଲି ଠାରୁ ଖୋଲା ହେବ। ଆଉଟ ଡୋର ଏବଂ ଇନ୍ ଡୋର ଶୁଟିଂ ଆରମ୍ଭ ହେବ। ଏହା ସହିତ ରାଜ୍ୟରେ ଜିମ୍ ଖୋଲାଯିବ। ପୁର୍ବଭଳି ସିନେମା ହଲ ବନ୍ଦ ରହିବ। ସ୍କୁଲ କଲେଜ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ରହିଛି।