ସରକାର ଜାରି କଲେ ନୂଆ ଗାଇଡ୍ ଲାଇନ୍:ବିନା କାରଣରେ ଉଡାଇ ପାରିବେନି ଡ୍ରୋନ୍

0

ନୂଆଦିଲ୍ଲୀ: ଡ୍ରୋନ୍ ଉଡାଇବା କିଛି ଲୋକଙ୍କର ଅଭ୍ୟାସ ଥାଇପାରେ, କିନ୍ତୁ ଆଗକୁ ଏହାକୁ ଛାଡିବାକୁ ପଡିବ। କାରଣ ମନଇଛା ଓ ବିନା କାରଣରେ ଆପଣ ଡ୍ରୋନ୍ ଉଡାଇ ପାରିବେନି। ଏନେଇ ଭାରତ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଏହି ନିୟମ ଅନୁସାରେ, ଯଦି ଆପଣ ଡ୍ରୋନ ଉଡାନ୍ତି ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ନୂଆ ନିୟମ ଅନୁସାରେ, ଏବେ ଏଭଳି ଡ୍ରୋନ ଯାହାର ଓଜନ ୨୫୦ ଗ୍ରାମରୁ ଅଧିକ ରହିଛି ତାକୁ କେବଳ ରିମୋଟ ପାଇଲଟ୍ ଦ୍ବାରା ଉଡାଇ ହେବ। ତେବେ ସେଥିପାଇଁ ଡାଇରେକ୍ଟ ଜେନେରାଲ୍ ଅଫ୍ ସିଭିଲ ଆଭିଏସନ୍ (ଡିଜିସିଏ)ଙ୍କଠାରୁ ଅନୁମତି ନେବା ପରେ ଉଡାଇପାରିବେ। ଡ୍ରୋନକୁ ନେଇ ଭାରତ ସରକାର ନୂଆ ନିୟମ ଶୁକ୍ରବାର ଲାଗୁ କରିଦେଇଛନ୍ତି।

ନୂଆ ନିୟମକୁ ୧୦ ମାସରେ  ନିଆଯାଇଥିବା ପରାମର୍ଶ ପରେ ଅନ୍ତିମ ରୂପରେଖ ଦିଆଯାଇଛି। ନୂଆ ନିମୟ ଅନୁସାରେ ଡ୍ରୋନର ବ୍ୟବହାର ଜିନିଷ ନେବା ଆଣିବା ପାଇଁ କରାଯିବନି। ମାନବ ବିହୀନ ବିମାନ ପ୍ରଣାଳୀ ନିୟମ ୨୦୨୧ ଅନୁସାରେ ଡ୍ରୋନର ବ୍ୟବହାରକୁ ନେଇ ବ୍ୟକ୍ତିଗତ,ବ୍ୟବସାୟ ସହିତ ରିସର୍ଚ୍ଚ, ଟେଷ୍ଟିଂ, ପ୍ରଡକ୍ସନ, ଫଟୋଗ୍ରାଫି, ସୁରକ୍ଷା ପାଇଁ ବ୍ୟବହାର କରିହେବ।  ନୂଆ ନିୟମ ଅନୁସାରେ, କୌଣସି ଡ୍ରୋନ୍ ଯାହା ନାନୋ କାଟାଗୋରିରେ ଥାଇ ତା’ର ଓଜନ ୨୫୦ ଗ୍ରାମରୁ ଯଦି କମ୍ ତେବେ ପରମିଶନ୍ ନେବାକୁ ହେବ। ନାନୋ ଡ୍ରୋନ୍ର ଗତି ଅତିବେଶୀରେ ୧୫ ମିଟର ପ୍ରତି ସେକେଣ୍ଡ ଉଡାଣ ସମୟ କିମ୍ବା ଏହାଠାରୁ ଅଧିକ ଗତି ଯେଉଁଥିରେ ୧୦୦ ମିଟର ପ୍ରତି ସେକେଣ୍ଡର, ଯାହାକୁ ରିମୋଟ ପାଇଲଟରୁ ଉଡାଇବାକୁ ହେବ। ମାଇକ୍ରୋ ଡ୍ରୋନକୁ ଟେକ୍ ଅଫ୍ ପୂର୍ବରୁ ପରମିଶନ୍ ନେବାକୁ ପଡିବ। ମାଇକ୍ରୋ ଡ୍ରୋନକୁ ସାଧାରଣତଃ ୨୫୦ ଗ୍ରାମରୁ ଅଧିକ ଓଜନ ଥିବା ଓ ଦୁଇ କିଲୋଗ୍ରାମରୁ କମ୍‌ରେ ବର୍ଗୀକୃତ କରାଯାଇଛି। ଏହା ସହିତ ଡ୍ରୋନର ଅନଧିକୃତ ଆମଦାନୀ, କିଣା-ବିକା କିମ୍ବା ଲିଜ୍ ଦେଲେ ଜୋରିମାନା ସହ ଦଣ୍ଡ ଦିଆଯିବ। ଏହା ସହିତ ଯେଉଁ ବ୍ୟକ୍ତି ଡ୍ରୋନ୍ ଉଡାଉଛନ୍ତି ତାଙ୍କର ରିମୋଟ ପାଇଲଟ୍ ଲାଇସେନ୍ସ ନଥିଲେ ତାହା ଅପରାଧ ଶ୍ରେଣୀରେ ଆସିବ।

Leave A Reply

Your email address will not be published.