ସରକାରୀ ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ

0

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ଅନେକ ସାଧାରଣ ଜନତାଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ମହାମାରୀ ଯୋଗୁଁ ଲକ୍‌ଡାଉନ୍‌ ସମୟରେ ରାଜ୍ୟର ସମସ୍ତ ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ, ଇଂଜିନିୟରିଂ କଲେଜ୍‌ ଓ ପଲିଟେକ୍‌ନିକ୍‌ ଏପ୍ରିଲ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଛାତ୍ରଛାତ୍ରୀମାନେ ଏହି ସମୟରେ ହଷ୍ଟେଲ ସୁବିଧାର ଉପଯୋଗ କରି ନଥିଲେ। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସହୃଦୟତାର ସହିତ ବିଚାର କରି ଏହି ଅନୁଷ୍ଠାନମାନଙ୍କରେ ଅଧ୍ୟୟନରତ ୧୭୦୧୨ ଛାତ୍ରଛାତ୍ରୀମାନଙ୍କର ‌ହଷ୍ଟେଲ ଫି’ ଆନୁମାନିକ ୫‌ କୋଟି ୧୦ ଲକ୍ଷ ଟଙ୍କା ଛାଡ଼ କରିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.