ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

0

ଚଣ୍ଡୀଗଡ଼ : ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ବେତନ ବୃଦ୍ଧି ନେଇ ଲଗାତାର ଦାବି ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ସରକାରୀ କର୍ମଚାରୀଙ୍କ ଦରମା ୧୫ ପ୍ରତିଶତ ବୃଦ୍ଧି ହୋଇଛି । ଦାବି ଆଗରେ ହାର ମାନିଛନ୍ତି ପଞ୍ଜାବ ସରକାର। ଏହା ସହ ସରକାର ପେନସନଧାରୀଙ୍କ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟ ନେଇଥିବା ଜଣାପଡ଼ିଛି। ଦରମା ବୃଦ୍ଧି ହେବା ପରେ ରାଜ୍ୟ ରାଜକୋଷରୁ ପ୍ରତି ବର୍ଷ ୧୦୦୦ କୋଟିରୁ ଅଧିକ ଟଙ୍କା ଅତିରିକ୍ତ ଖର୍ଚ୍ଚ ବଢ଼ିବ ।

ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ଅଭିଯୋଗର ନିରାକରଣ ପାଇଁ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଅଧ୍ୟକ୍ଷତାର  ଗଠିତ କମିଟି ଏହି ନିଷ୍ପତ୍ତି ନେଇଛି। ରାଜ୍ୟ ସରକାର କର୍ମଚାରୀ, ପେନସନ୍‌ ଉପଭୋକ୍ତାଙ୍କୁ ଅତିରିକ୍ତ ୪,୬୯୨ କୋଟି ଟଙ୍କା ଅଧିକ ଦେବେ। ସେପଟେ ଡାକ୍ତରମାନଙ୍କ ଦାବି ମଧ୍ୟ ମାନି ନେଇଛନ୍ତି ପଞ୍ଜାବ ସରକାର । ସେମାନଙ୍କୁ ମିଳୁଥିବା ଏନପିଏରେ ମୂଳ ବେତନର ୨୦ ପ୍ରତିଶତ ଅଧିକ ଟଙ୍କା ଦେବାକୁ ସରକାର ସ୍ଥିର କରିଥିବା ଜଣାପଡ଼ିଛି ।

ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟ ସରକାର ୨.୮୫ ଲକ୍ଷ କର୍ମଚାରୀ ଏବଂ ୩.୭ ଲକ୍ଷ ପେନସନ୍‌ ଉପଭୋକ୍ତାଙ୍କୁ ପ୍ରତିବର୍ଷ ଅତିରିକ୍ତ ୪,୬୯୨ କୋଟି ଟଙ୍କା ଅଧିକ ଦେବେ। ଏହା ସହ ସମସ୍ତଙ୍କୁ ୧୩,୭୫୯ କୋଟି ଟଙ୍କା ବକେୟା ରାଶି ମଧ୍ୟ ମିଳିବ। ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ବେତନ ବୃଦ୍ଧି ପାଇଁ ବିଭିନ୍ନ ସଂଗଠନ ରାଜରାସ୍ତାରେ ଗର୍ଜନ କରୁଛନ୍ତି। ଏମିତିରେ କାହାକୁ ନାରାଜ କରିବା ସରକାରଙ୍କ ପାଇଁ ଭାରୀ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.