ସରିଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା

0

ଭୁବନେଶ୍ଵର,  : ସରିଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା। ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଖାତାଦେଖା। ଆସନ୍ତା ୧୨ ତାରିଖରୁ ୯ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ଏହାପରେ ୩ ରୁ ୪ ଦିନ ପରେ ରେଜଲ୍ଟ ବାହାରିବ। ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

ତେବେ ପ୍ରଶ୍ନପତ୍ର ବଦଳ ପ୍ରସଙ୍ଗରେ ବୋର୍ଡ ସଭାପତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରଶ୍ନପତ୍ର ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି। ଏନେଇ ବିଭାଗୀୟ ତଦନ୍ତ ଚାଲିଛି।

ସୂଚନା ଥାଉକି, ଗତ ଜୁଲାଇ ୩୦ ତାରିଖରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ହୋଇଥିଲା। ରେଗୁଲାରରେ ୬ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ମଧ୍ୟମାରେ ୬୧ ଜଣ ଏବଂ ଓପନ ସ୍କୁଲ ସାର୍ଟିଫିକେଟରେ ୮ ହଜାର ୪ଶହ ୯୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ୧୫ ହଜାର ୧୫୧ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ମୋଟ ୫୦୪ଟି ସେଣ୍ଟର କରାଯାଇଥିଲା । ସେଥିରୁ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ୨୭୮ଟି ସେଣ୍ଟର ହୋଇଥିଲା।

Leave A Reply

Your email address will not be published.