ଯାଜପୁର : ଯାଜପୁର ଜିଲ୍ଲା କୋରାଇ ଥାନା ମୁଳୁସରଗଡା ଗ୍ରାମରେ ଅଭାବନୀୟ ଘଟଣା । ଶାଶୁଙ୍କୁ ମରଣାନ୍ତକ ଆକ୍ରମଣ କଲେ ଜ୍ବାଇଁ । ଜ୍ବାଇଁଙ୍କ ଛୁରା ମାଡ଼ରେ ଶାଶୁ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ଯାଜପୁର ରୋଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଆହତ ମହିଳାଙ୍କ ନାମ ମଞ୍ଜୁଲତା ସାହୁ ବୋଲି ଜଣାପଡିଛି। ତାଙ୍କ ଘର ସ୍ଥାନୀୟ ଶଂଖଚିଲା ଅଞ୍ଚଳରେ ହୋଇଥିବା ବେଳେ ଗତ କିଛିଦିନ ହେବ ମୁଳୁସରଗଡା ଗ୍ରାମରେ ସେ ତାଙ୍କ ପରିବାର ସହ ଭଡ଼ାରେ ରହୁଥିଲେ। ତେବେ ପାରିବାରିକ କଳହକୁ କେନ୍ଦ୍ରକରି ଏହି ଛୁରା ମାଡ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଜ୍ବାଇଁ ଫେରାର ହୋଇଯାଇଛନ୍ତି ।