ଶସ୍ତା ହେଲା ସୁନା-ରୂପା

0

ନୂଆଦିଲ୍ଲୀ : ସୁନା ଅଳଙ୍କାର କିଣିବାକୁ ଚାହୁଁଥିଲେ ଗ୍ରାହକଙ୍କୁ ସବୁ ବେଳେ ସଜାଗ ହୋଇ ରହିବାକୁ ହେବ। କାରଣ କେତେବେଳେ ସୁନା ଦାମ୍‌ ଖସୁଛି ତ ପୁଣି କେତେବେଳେ ରେକର୍ଡ ସ୍ତରରେ ପହଞ୍ଚୁଛି। ଚଳିତ କାରବାର ସପ୍ତାହର ଶେଷ ଦିନ( ଶୁକ୍ରବାର)ରେ ସୁନା ଦାମ କମିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ଦର ଖସିଥିବା ବେଳେ ବ୍ୟବସାୟ ହେଉଛି । ପ୍ରତି ୧୦ ଗ୍ରାମ ସୁନା ଉପରେ ୧୦୦ ଟଙ୍କାରୁ ଅଧିକ କମିଥିବା ଜଣାପଡ଼ିଛି। ଆଜି ରୂପା ମଧ୍ୟ ଶସ୍ତା ହୋଇଛି।

ଏବେ ୧୦୧ ଟଙ୍କା ଶସ୍ତା ସହ ସୁନା ପ୍ରତି ୧୦ ଗ୍ରାମକୁ ୪୮୧୮୦ ଟଙ୍କାରେ ପହଞ୍ଚିଛି। ସେପଟେ ୨୭୦ ଟଙ୍କା ଶସ୍ତା ହୋଇଛି ରୂପା। ରୂପା କିଲୋପ୍ରତି ୬୭୯୩୦ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ଶୁକ୍ରବାର ସୁନା ସମେତ ରୂପା ଦାମରେ ହ୍ରାସ ଦେଖିବାକୁ ମିଳିଛି । ଇଣ୍ଟରନ୍ୟାସନାଲ୍‌ ମାର୍କେଟ୍‌ରେ ଏବେ ସୁନା ୪.୧୦ ଡଲାର ହ୍ରାସ ସହ ୧,୮୨୭.୧୦ ଡଲାର ପ୍ରତି ଆଉନ୍ସରେ ଟ୍ରେଡ୍‌ କରୁଛି । ରୂପା ୦.୧୭୨ ଡଲାର ଶସ୍ତା ହୋଇ ୨୫.୬୧୦ ଡଲାର ପ୍ରତି ଆଉନ୍ସ ରହିଛି । ତେବେ ଗୋଟିଏ ଆଉନ୍ସ  ୨୮.୩୪ ଗ୍ରାମ।

ଏହା ବ୍ୟତୀତ ମିଳିଥିବା ସୂଚନା ଅନୁସାରେ ସୁନା ଆହୁରି ଶସ୍ତା ହୋଇପାରେ। ଏବେ ଦେଶରେ ସେମିତି କୌଣସି ପାର୍ବଣ ନାହିଁ କି ବାହା ସିଜନ୍‌ ନାହିଁ। ଏହା ସହ ସୁନା ଉପରେ ହଲମାର୍କ ନିୟମ ଲାଗୁ ହେବା ପରଠୁ ବଜାରରେ ସୁନା ଦାମ୍‌ରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳୁଛି। ନିବେଶକ ସୁନା-ରୂପା ଦାମ ଆହୁରି ଖିସିବା ସମୟକୁ ଅପେକ୍ଷା କରିଛନ୍ତି।

ଏହାର ଦାମ ଖସିବା ଆରମ୍ଭ ହେବା ପରେ କାରବାର ଆହୁରି ବଢ଼ିବ। ଏବେ ସୁନା ମୂଲ୍ୟ ରେକର୍ଡ ସ୍ତରରୁ ବହୁ ତଳେ ରହିଛି। ଯଦି ଶୁକ୍ରବାର ଦାମକୁ ହିସାବକୁ ନିଆଯାଏ ତେବେ ସୁନା ୮୧୦୦ ଟଙ୍କା ଶସ୍ତାରେ ମିଳୁଛି । ୭ ଅଗଷ୍ଟ ୨୦୨୦ରେ ସୁନା ଦାମ ରେକର୍ଡ ସ୍ତରରେ ପହଞ୍ଚିଥିଲା। ସେତେବେଳେ ସୁନା ଦାମ ୫୬୨୦୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା ।

Leave A Reply

Your email address will not be published.