ଚଣ୍ଡିଖୋଲ,: ଆତ୍ମହତ୍ୟା ପୂର୍ବରୁ ଜଣେ ଯୁବକଙ୍କ ଭିଡିଓ ଭାଇରଲ ହୋଇଛି । ଥାନାରେ ଏନେଇ ମାମଲା ହୋଇଥିବା ଜଣାପଡ଼ିଛି । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଶକୁନ୍ତଳାପୁର ଗ୍ରାମରେ । ଉକ୍ତ ଗ୍ରାମର ବୀରକିଶୋର ରଣାଙ୍କ ପୁଅ ରତିକାନ୍ତ ରଣା ସ୍ଥାନୀୟ ନୂଆଗାଁ ଅଂଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ବିବାହର କିଛି ମାସ ପରେ ରତିକାନ୍ତଙ୍କ ଶାଶୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦିଉଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି ।
ଯୁବକ ଜଣଙ୍କୁ ଉକ୍ତ ଯୁବତୀ ଏକ ମିଛ ମାମଲାରେ ଫସାଇ ଜେଲ୍ ପଠାଇ ଦେଇଥିଲେ । ପରେ ଜେଲ୍ରୁ ମୁକୁଳିବା ପାଇଁ ସର୍ତ୍ତ ରଖିଥିଲେ ଯୁବତୀଙ୍କ ମାଆ । ସର୍ତ୍ତ ଅନୁସାରେ ଜେଲ୍ରୁ ବାହାରିବା ପରେ ରତିକାନ୍ତ ସେହି ଯୁବତୀଙ୍କୁ ବିବାହ କରିଥିଲେ ମଧ୍ୟ ତାଙ୍କ ଶାଶୂ ଆଉ କେସ୍ ଉଠାଇନଥିଲେ । ଏନେଇ ଶାଶୁ ତାଙ୍କୁ ବାରମ୍ବାର ନିର୍ଯାତନା ଦେବା ସହ ଧମକ ଦେଉଥିବାରୁ ୯ତାରିଖ ଦିନ ରତିକାନ୍ତ ବିଷ ପିଇ ଆତ୍ମହତ୍ୟା କରିଥିଲେ ।