ଏସ୍‌ସିବିର କରୋନା ୱାର୍ଡରେ ରୋଗୀଙ୍କ ମୃତ୍ୟୁ

0

କଟକ : ଏସ୍‌ସିବି କରୋନା ୱାର୍ଡରେ ଆଡମିସନ୍‌ ହୋଇ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କର ସୋମବାର ମୃତ୍ୟୁ ଘଟିଛି । ମୃତ ରୋଗୀ ଜଣକ ଜଗତସିଂହପୁର ଜିଲ୍ଲାରେ ଘର । ତାଙ୍କ ବୟସ ୫୫ ବର୍ଷ ହେବ ବୋଲି ସୂଚନା ମିଳିଛି । ମୃତ୍ୟୁବରଣ କରିଥିବା ରୋଗୀଙ୍କର କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିବାର ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି । ମାତ୍ର କୋଭିଡ୍‌ ନିୟମନୁସାରେ ମୃତକଙ୍କ ଶବକୁ ପ୍ରଶାସନ ସତ୍କାର କରିଛି ।

ମିଳିଥିବା ସୂଚନାନୁସାରେ, ଜଗତସିଂହପୁର ଅଞ୍ଚଳର ଜଣେ ବ୍ୟକ୍ତି ଚିକିତ୍ସା ପାଇଁ ଏସ୍‌ସିବି ଡାକ୍ତରଖାନା ଆସିଥିଲେ । ମାତ୍ର ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଦେବାରୁ ଡାକ୍ତରଖାନା ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର କୋଭିଡ୍‌ ୱାର୍ଡରେ ଆଡମିସନ୍‌ କରାଯାଇଥିଲା । ଆରଟିପିଆର ପଦ୍ଧତିରେ କରୋନା ଟେଷ୍ଟ ପାଇଁ ଗତକାଲି ସମ୍ପୃକ୍ତ ସନ୍ଦିଗଧ୍‌ ରୋଗୀଙ୍କଠାରୁ ନମୁନା ସଂଗ୍ରହ କରାଯାଇଥିଲା । ମାତ୍ର ରିପୋର୍ଟ ଆସିବା ପୂର୍ବରୁ ସମ୍ପୃକ୍ତ ରୋଗୀଙ୍କର ମୃତ୍ୟୁ ଘଟିଥିଲା । ପରବର୍ତ୍ତୀ ସମୟରେ ରୋଗୀଙ୍କର କରୋନା ନେଗେଟିଭ୍‌ ରିପୋର୍ଟ ଆସିବା ପରେ ମୃତକଙ୍କ ସମ୍ପର୍କୀୟ ଶବ ନେବାକୁ ଚାହିଁଥିଲେ ମଧ୍ୟ ସେମାନଙ୍କୁ ଦିଆଯାଇନଥିଲା । ଏହାକୁ ନେଇ ମୃତକଙ୍କ ସମ୍ପର୍କୀୟଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କୋଭିଡ୍‌-୧୯ ପ୍ରୋଟୋକଲ୍‌ ଅନୁସାରେ ଏସ୍‌ସିବି ଡାକ୍ତରଖାନା କର୍ତ୍ତୃପକ୍ଷ ଶବକୁ ସିଏମ୍‌ସକୁ ହସ୍ତାନ୍ତର କରିଛନ୍ତି ।

Leave A Reply

Your email address will not be published.