ସ୍କୁଲ ଛାତ୍ର ଛାତ୍ରୀଙ୍କ ପୋଷାକ କିଣାରେ ବ୍ୟାପକ ଫିକ୍ସି ଅଭିଯୋଗ

0

କଳାହାଣ୍ଡି : କଳାହାଣ୍ଡିରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ପୋଷାକ କିଣାରେ ବ୍ୟାପକ ଫିକ୍ସି ଅଭିଯୋଗ । ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କ ତଦନ୍ତ ନିର୍ଦ୍ଦେଶ । କଲମପୁର ବ୍ଲକରେ ବଣ୍ଟନ ପୋଷାକ ନିମ୍ନ ମାନର ଦର୍ଶାଇ ଚୟନ କମିଟି ପ୍ରତ୍ୟେକ ସ୍କୁଲରେ ଯାଂଚ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଅଗଷ୍ଟ ୧୫ ପୁର୍ବରୁ ଜିଲ୍ଲାର ସମସ୍ତ ସରକାରୀ ସ୍କୁଲରେ ପୋଷାକ ବଣ୍ଟନ ପାଇଁ ନିର୍ଦ୍ଦେଶ ରହିଥିଲା । ଏହାର ସୁଯୋଗ ନେଇ ସରକାରୀ ଗାଇଡଲାଇନକୁ ଉଲଂଘନ କରି ବ୍ଲକ ଅନୁଯାୟୀ ନିର୍ଦ୍ଦିଷ୍ଟ ଦୋକାନରୁ କ୍ରୟ କରାଯାଇଥିବା ଅଭିଯୋଗ ହୋଇଥିଲା । ବର୍ତ୍ତମାନ ସଚିବଙ୍କ ନିର୍ଦ୍ଦେଶ ପରେ କ୍ରୟ ପୋଷାକର ପ୍ରକ୍ରିୟାକୁ ଯାଂଚ କରାଯାଉଛି ।

Leave A Reply

Your email address will not be published.