ସ୍କୁଲ, କଲେଜ ଅଗଷ୍ଟ ୧ ଯାଏଁ ବନ୍ଦ

0

ଭୁବନେଶ୍ବର  : ରାଜ୍ୟରେ ଅଗଷ୍ଟ ୧ ତାରିଖ ଯାଏଁ ଆଂଶିକ ଲକ୍‌ଡାଉନ୍‌ ଲାଗୁ କରାଯାଇଛି । କାଟାଗୋରୀ-ଏ ରେ ଥିବା ୨୦ ଜିଲ୍ଲାରେ କଟକଣା କୋହଳ କରାଯାଇଥିବା ବେଳେ କାଟାଗୋରୀ-ବି ରେ ଥିବା ଜିଲ୍ଲା ଗୁଡିକରେ କଟକଣା ସାମାନ୍ୟ କୋହଳ କରାଯାଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ନୂଆ ଗାଇଡଲାଇନ୍‌ରେ ମଧ୍ୟ ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟର ବନ୍ଦ ରହିବ । ଅର୍ଥାତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବପରି ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟର ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ଏହା ସହିତ ଅନଲାଇନ୍‌ କ୍ଲାସ୍‌ ଏବଂ କୋଚିଂ ଜାରି ରହିବ ।

Leave A Reply

Your email address will not be published.