ସ୍କୁଲଙ୍କୁ ପିଲାଙ୍କୁ ଛାଡ଼ିବାକୁ ଚାହୁଁନାହାନ୍ତି ଅଭିଭାବକ

0

ନୂଆଦିଲ୍ଲୀ : ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଆଂଶିକ ସ୍କୁଲ ଖୋଲିଥିବା ବେଳେ ବିଦ୍ୟାଳୟକୁ ଆସିବା ଇଚ୍ଛାଧୀନ ବୋଲି ସରକାର କହିଛନ୍ତି। ପିତାମାତାଙ୍କ ଅନୁମତି କ୍ରମେ ପିଲା ସ୍କୁଲ ଆସିପାରିବେ ବୋଲି ମଧ୍ୟ ଶିକ୍ଷା ବିଭାଗ ଘୋଷଣା କରିଛି। ଏହାପରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ୪୮ ପ୍ରତିଶତ ଅଭିଭାବକ ନିଜର ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଚାହୁଁନାହାନ୍ତି । କରୋନା ଭ୍ୟାକସିନ୍‌ ନଲାଗିବା ଯାଏ ସେମାନେ ପିଲାଙ୍କୁ ବିଦ୍ୟାଳୟ ପଠାଇବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି।

ଦେଶର ୩୬୧ ଜିଲ୍ଲାରେ ହୋଇଥିବା ସର୍ବେକ୍ଷଣରୁ ଏହା ଜଣାପଡ଼ିଛି । ଅନଲାଇନ ପ୍ଲାଟଫର୍ମ ଲୋକାଲ୍‌ ସ୍କଲାର୍ସ ଦ୍ବାରା କରାଯାଇଥିବା ଏହି ସର୍ଭେରେ ୩୨ ହଜାରରୁ ଅଧିକ ଅଭିଭାବକ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୩୨ ପ୍ରତିଶତ ଅଭିଭାବକ କହିଛନ୍ତି, ଯଦି ଜିଲ୍ଲାରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ମୁକ୍ତ ହୋଇଯାଏ ତେବେ ସେମାନେ ନିଜ ପିଲାଙ୍କୁ ସ୍କୁଲ ଛାଡ଼ିବାରେ କୌଣସି ଅସୁବିଧା ନାହିଁ।

୪୮ ପ୍ରତିଶତ ଅଭିଭାବକ କହିଛନ୍ତି ସେମାନଙ୍କ ପିଲାଙ୍କୁ କରୋନା ଟିକା ନଲଗାଇପବା ଯାଏଁ ସେମାନେ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟ ଛାଡ଼ିବେ ନାହିଁ। କିନ୍ତୁ ୨୧ ପ୍ରତିଶତ ଲୋକେ ତାଙ୍କର ପିଲାଙ୍କୁ ସ୍କୁଲ୍‌ ଛାଡ଼ିବାକୁ ରାଜି ଥିବା କହିଛନ୍ତି। ସେପଟେ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ପିଲାମାନଙ୍କୁ ଖୁବଶୀଘ୍ର ଟିକା ଦିଆଯିବ।

 ଏବେ ଓଡ଼ିଶା ସମେତ ଗୁଜୁରାଟ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣା ଏବଂ ବିହାରରେ ସ୍କୁଲ ଆଂଶିକ ଖୋଲାଯାଇଥିବା ବେଳେ ରାଜସ୍ଥାନ, ହିମାଚଳପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ସରକାର ଅଗଷ୍ଟ ପ୍ରଥମ ସପ୍ତାହରେ ସ୍କୁଲ୍‌ ଖୋଲିବାକୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.