ସେପ୍ଟେମ୍ବର ରେହେବ ସ୍ୱଭାବିକରୁ ଅଧିକ ବର୍ଷା

0

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀକୁ ନେଇ ଚଳିତବର୍ଷ ଯେଉଁପରି ପୂର୍ବାନୁମାନ କରାଯାଇଥିଲା ସେହିପରି ବର୍ଷା ହୋଇନାହିଁ। ପୂର୍ବାନୁମାନ ହିସାବରେ ଶେଷ ହୋଇଥିବା ଅଗଷ୍ଟମାସରେ ୨୪ ପ୍ରତିଶତରୁ ବି କମ ବର୍ଷା ହୋଇଛି। ତେବେ ସେପ୍ଟେମ୍ବରର ପାଣିପାଗ ମୌସୁମୀର ନିଅଣ୍ଟିଆ ଭରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ( ଆଇଏମଡି) ପୂର୍ବାନୁମାନ କରିଛନ୍ତି। ମଙ୍ଗଳବାର ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ହୋଇଥିବା ବର୍ଷା ପରେ ଆଇଏମଡି ବୁଧବାର ସେପ୍ଟେମ୍ବର ମାସ ଲାଗି ପାଣିପାଗ ପୂର୍ବାନୁମାନ ଜାରି କରିଛନ୍ତି।

ଆଇଏମଡିଙ୍କ ଅନୁସାରେ ଅଗଷ୍ଟମାସରେ ଏନସିଆର ଅଞ୍ଚଳରେ ମାତ୍ର ୧୦ ଦିନ ବର୍ଷା ହୋଇଛି। ଏନସିଆର ଅଞ୍ଚଳରେ ଗତ ୭ ବର୍ଷରେ ଏହା ସବୁଠୁ କମ୍‌ ବର୍ଷା । ଏହି ସମୟରେ ଏନସିଆରରେ ୨୧୪.୫ ମିଲିମିଟର ବର୍ଷା ହୋଇଛି ଯାହାକୁ ସଞ୍ଚୟ ବର୍ଷା କୁହାଯାଇପାରେ ବୋଲି ଆଇଏମଡି କହିଛନ୍ତି । ତେବେ ବର୍ଷର ଏହି ସମୟରେ ଏଠାରେ ହାରାହାରି ୨୪୭ ମିଲିମିଟର ବର୍ଷା ହେବା କଥା। ହେଲେ ମାସରେ ହୋଇଥିବା ମୋଟ ବର୍ଷାର ଦୁଇ ତୃତୀୟାଂଶ ଗୋଟିଏ ଦିନରେ ବର୍ଷିଥିଲା। ଅଗଷ୍ଟ ୨୧ ତାରିଖ ଦିନ ଦିଲ୍ଲୀରେ ବର୍ଷା ୧୪ ବର୍ଷର ରେକର୍ଡ ଭାଙ୍ଗିଥିଲା।

 

ତେବେ ଅନିୟମିତ ବର୍ଷା ଲାଗି ପାଣିପାଗ ବିଶେଷଜ୍ଞ ଜଳବାୟୁ ପରିବର୍ତ୍ତନକୁ ଦାୟି କରିଛନ୍ତି। ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବୁଧବାର କହିଛନ୍ତି ଯେ ସେପ୍ଟେମ୍ବର ମାସରେ ମଧ୍ୟଭାରତରେ ସ୍ୱଭାବିକରୁ ସାଧାରଣ ବର୍ଷା ହୋଇପାରେ। ଜୁନ-ସେପ୍ଟେମ୍ବର ମୌସୁମୀ ବର୍ଷାରେ ଏପର୍ଯ୍ୟନ୍ତ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ତେବେ ସେପ୍ଟେମ୍ବର ମାସର ଅନୁକୂଳ ପାଗ ଏହି ଅଭାବକୁ ପୂରଣ କରିପାରେ ବୋଲି ମହାପାତ୍ର ଆଶା ବ୍ୟକ୍ତ କରିଛନ୍ତି

ତେବେ ଚଳିତବର୍ଷ ଦେଶରେ ମୌସୁମୀ ଆରମ୍ଭରୁ ଅର୍ଥାତ ଜୁଲାଇ ମାସରେ ୭ ପ୍ରତିଶତ କମ୍‌ ବର୍ଷା ଦେଇଥିଲା। ଆଶା କରାଯାଉଥିଲା ଅଗଷ୍ଟ ନିଅଣ୍ଟିଆ ଭରଣ କରିବ। ହେଲେ ବର୍ଷା ଅଧିକ ନିଅଣ୍ଟ ହୋଇଯାଇଛି। ସାରା ଦେଶରେ ୨୪ ପ୍ରତିଶତ ବର୍ଷା ନିଅଣ୍ଟ ହୋଇଛି। ଯଦିଓ ସେପ୍ଟେମ୍ବର ନିଅଣ୍ଟ ଭରଣ କରିବ ବୋଲି ଆଶା କରାଯାଉଛି ହେଲେ ଏହି ସମୟରେ ଉତ୍ତର ଓ ଉତ୍ତର-ପୂର୍ବ ଭାରତ ସହ ଦକ୍ଷିଣ ଭାରତର ଦକ୍ଷିଣ ଭାଗରେ ସ୍ୱଭାବିକରୁ ବି କମ୍‌ ବର୍ଷା ଆଶଙ୍କା କରିଛନ୍ତି ଆଇଏମଡି।

 

ଗତମାସରେ ଦିଲ୍ଲୀରେ ରେକର୍ଡ ଭାଙ୍ଗିଥିବା ବର୍ଷା ସେପ୍ଟେମ୍ବର ପହିଲାରେ ପୁଣି ୧୨ ବର୍ଷର ନୂଆ ରେକର୍ଡ କରିଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀ ଓ ଏନସିଆରରେ ୧୧୨.୧ ମିଲମିଟର ବର୍ଷା ରେକର୍ଡ ହୋଇଛି। ସେପଟେ ଗୁଜରାଟର ସୌରାଷ୍ଟ୍ରରେ ବୁଧବାର ଓ ଗୁରୁବାର ଘୂର୍ଣ୍ଣିବଳୟ ଯୋଗୁ ସ୍ୱଭାବିକରୁ ଅଧିକ ବର୍ଷା ଆଶଙ୍କା କରାଯାଉଥିବା ବେଳେ ଡେକାନ ମାଲଭୂମିରେ ପବନ ସହ ବିକ୍ଷିପ୍ତ ବର୍ଷା ଆକଳନ କରାଯାଉଛି।

Leave A Reply

Your email address will not be published.