ସିଡି ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାଖୁଣ୍ଡାପାଳ ଗ୍ରାମର ନାଏକ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ସିଡି ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଯୁବକ ହେଲେ ଘନଶ୍ୟାମ ନାଏକଙ୍କ ପୁଅ ଅନୀଲ କୁମାର ନାଏକ(୨୪) ।

ସୂଚନା ଅନୁସାରେ ରବିବାର ଅପରାହ୍ନରେ ସେ ନିଜ ସିଡି ଘରେ ଥିବା ଲୁହାରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପିଠାଇଛି । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ଏହା ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା ହୋଇଥିବା ଜଣାପଡିଛି । ଏନେଇ ତୁରୁମୁଙ୍ଗା ଥାନାରେ ୨୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ବୈଦ୍ୟନାଥ ସାହୁ ଗଣମାଧ୍ୟମକୁ ଜଣାଇଛନ୍ତି ।

Leave A Reply

Your email address will not be published.