ଶିଡିରେ ଝୁଲୁଛି ଅଜଣା ବ୍ୟକ୍ତିର ମୃତଦେହ

0

ଜଳେଶ୍ବର : ଜଳେଶ୍ବର ଥାନା ରାଜପୁର ଶିବ ମନ୍ଦିର ବେଢାରେ ଥିବା ବାଉଁଶ ଶିଡିରେ ଝୁଲୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ନିକଟରେ ପଡିଛି ଜୋତା ଓ ପାଣି ବୋତଲ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି । ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ରାଜପୁର ଗ୍ରାମରେ ନୂତନ ଭାବରେ ତିଆରି ହୋଇଥିବା ଶିବ ମନ୍ଦିର ବେଢାକୁ ଲାଗି ରହିଥିବା ଏକ ବାଉଁଶ ଶିଡିରେ ଶନିବାର ବିଳମ୍ବିତ ରାତିରେ କେହି ଅଜଣା ବ୍ୟକ୍ତି ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।

ନିକଟରେ ଜୋତା ଓ ଏକବ୍ୟାଗରେ ପାଣି ବୋତଲ ପଡିଥିବାର ଦେଖିବାକୁ ମିଳିଛି । ତେବେ ମୃତ ବ୍ୟକ୍ତିଙ୍କର କୌଣସି  ପରିଚୟ ମିଳିପାରିନଥିବା ବେଳେ ସ୍ଥାନୀୟ ଲୋକମାନେ ଏହାଦେଖି ଜଳେଶ୍ବର ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବେ ବୋଲି ଯାହା ସୂଚନା ରହିଛି ।

Leave A Reply

Your email address will not be published.