ଶିମିଳିପାଳରେ କୁଆପଥର ବର୍ଷା

0

ବାରିପଦା  : ଆସିଲା ବଡ଼ ଆଶ୍ବସ୍ତିକର ଖବର। ଶିମିଳିପାଳ ଅଭୟାରଣ୍ୟରେ ବର୍ଷା। କରଞ୍ଜିଆ ସମେତ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବର୍ଷା ପରେ ଲୋକଙ୍କ ମନରେ ଆଶା ଜାଗ୍ରତ ହୋଇଛି। କାରଣ ଯେଉଁଭଳି ନିଆଁ ବ୍ୟାପି ଚାଲିଥିଲା ତାହାକୁ ଲିଭାଇବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଥିଲା । ଏହାର ଏକ ମାତ୍ର ଉପାୟ କେବଳ ବର୍ଷା ହିଁ ଥିଲା । ତେଣୁ ଆଜି ବର୍ଷା ହୋଇଥିବାରୁ ଲୋକଙ୍କ ମନରେ ଶିମିଳିପାଳକ ନେଇ ଆଶା ଜାଗ୍ରତ ହୋଇଛି ।

ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜଙ୍ଗଲର ନିଆଁ ଲାଗିଛି । ନିଆଁ ସଂପୂର୍ଣ୍ଣ ଆୟତ୍ତରେ ବୋଲି ଆରମ୍ଭରୁ ସରକାର ଶିମିଳିପାଳର ବନାଗ୍ନିକୁ ନେଇ ହାଲୁକା ମନ୍ତବ୍ୟ ଦେଇଆସୁଥିବା ବେଳେ ଏବେ ଆକ୍ସନ ମୋଡକୁ ଆସିଛନ୍ତି । ବିଶ୍ୱବିଖ୍ୟାତ ଶିମିଳିପାଳରେ ସ୍ଥିତି ଦିନକୁ ଦିନ ଭୟାନକ ହୋଇ ଚାଲିଥିବା ବେଳେ ସରକାର ବନାଗ୍ନିକୁ ଆୟତ୍ତ କରିବାକୁ ଟାସ୍କଫୋର୍ସ ଗଠନ କରିଛନ୍ତି । ଯାହା ବୁଧବାରଠୁ କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ଶିମିଳିପାଳ ଅଭୟାରଣ୍ୟରେ ସ୍ଥିତି ଦିନକୁ ଦିନ ଭୟାନକ ହୋଇ ଚାଲିଥିବା ବେଳେ ଆଜିଠୁ ଫିଲ୍ମରେ କାମ କରୁଥିବା ବନକର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜଙ୍ଗଲରେ ନିଆଁ ଲିଭା କାମ ପାଇଁ ବନକର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଅତି ଜରୁରୀ ଥିଲେ ପିସିସିଏଫ୍‌ଙ୍କଠାରୁ ନେବାକୁ ହେବ ଛୁଟି ଅନୁମତି।

ତେବେ ବର୍ଷାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ରାଜ୍ୟରେ ଏବେ ବିଶେଷ ଗରମ ବଢ଼ିବା ସମ୍ଭାବନା କମ୍‌ ରହିଛି। ତାପମାତ୍ରା ମୁଖ୍ୟତଃ ୪୦ ଡିଗ୍ରୀ ତଳେ ରହିବ । ଉପକୂଳ ଓଡ଼ିଶାରେ ସାମୁଦ୍ରିକ ପବନ ପ୍ରବାହ ଯୋଗୁ ଆସନ୍ତା ୩-୪ ଦିନ ତାତି ବିଶେଷ ବଢ଼ିବ ନାହିଁ । ଆସନ୍ତା ୧୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାରେ ପାରଦ ୩୫-୩୬ ଡିଗ୍ରୀ ପାଖାପାଖି ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ମାତ୍ର ୫ଟି ଜାଗାରେ ପାରଦ ୩୮ ଡିଗ୍ରୀ ସେଲସିୟସ୍‌ ଉପରେ ଅଛି । ବୌଦ୍ଧ ତାପମାତ୍ରା ୩୯ ଡିଗ୍ରୀ, ସୁନ୍ଦରଗଡ଼ ୩୮.୫, ବଲାଙ୍ଗିର ୩୮.୫, ଭବାନୀପାଟଣା ୩୮, ତାଳଚେର ୩୮.୧ ଡିଗ୍ରୀ ରହିଛି । ପାଣିପାଗ ବିଭାଗ କହିଛି, ଆସନ୍ତା ଦୁଇଦିନ ପାଗ ଶୁଖିଲା ରହିବ ।

Leave A Reply

Your email address will not be published.