ସିଂହ ଛୁଆ ସହ,ବିବାହ ଫଟୋସୁଟ୍‌ କରି ଚର୍ଚ୍ଚାରେ ପାକ୍‌ର ନବଦମ୍ପତି

0

ଲାହୋର : ଲୋକେ ନିଜ ବାହାଘରକୁ ସ୍ମରଣୀୟ କରିବାକୁ ବିଭିନ୍ନ ପ୍ରକାର ସ୍ପେଶାଲ ଆୟୋଜନ କରନ୍ତି। ପାକିସ୍ତାନର ଏକ ଦମ୍ପତି ନିଜ ବାହାଘରକୁ ସ୍ମରଣୀୟ କରିବାକୁ ଅଲଗା ପ୍ରକାର ଫଟୋସୁଟ୍ କରିଥିଲେ। ଏହି ଦମ୍ପତି ନିଜ ବାହାଘର ବେଳେ ସିଂହ ଛୁଆ ସହ ପୋଜ୍ ଦେଇଥିଲେ। କିଛି ଦିନ ପରେ ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ସିଂହ ଛୁଆକୁ ଡ୍ରଗ୍ସ ଦିଆଯାଇଥିବା ଆରୋପ ଲଗାଯାଇଥିଲା।

ଲାହୋର ସ୍ଥିତ ଏକ ଫଟୋଗ୍ରାଫି ଷ୍ଟୁଡିଓ ଅଫଜଲ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲା। ଏଥିରେ ବାହାଘରର ଫଟୋସୁଟ ସାମିଲ ଥିଲା। ଦମ୍ପତି ପ୍ରସିଦ୍ଧ ହେବାକୁ ସିଂହ ଛୁଆ ସହ ଫଟୋସୁଟ୍ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ସୋସିଆଲ ମିଡ଼ିଆରେ ଏହାକୁ ନେଇ ହଙ୍ଗାମା ହେବାରୁ ଷ୍ଟୁଡିଓ ସ୍ପଷ୍ଟ କରିଥିଲା ଯେ ଶାବକକୁ କୌଣସି ଔଷଧ ଦିଆଯାଇ ବେହୋସ କରାଯାଇନଥିଲା ଏବଂ ସୁଟିଂ ବେଳେ ଶାବକର ମାଲିକ ମଧ୍ୟ ଉପସ୍ଥିତ ଥିଲା। ନିଜ ସପୋର୍ଟରେ ଷ୍ଟୁଡିଓ ଦୁଇଟି ଭିଡିଓ ମଧ୍ୟ ଜାରି କରିଛି।

ଆନିମଲ ରେସକ୍ୟୁ ଆଣ୍ଡ ଶେଲଟର ଏହି ମାମଲାକକୁ ସୋସିଆଲ ମିଡ଼ିଆରେ ଉଠାଇଛି। ସଂଗଠନ ପରେ ଷ୍ଟୁଡିଓ ଯାଇ ତଦାରଖ କରି ସୂଚନା ଦେଇଛି ଯେ ନିଜ ସୁଟିଂରେ ବନ୍ୟଜନ୍ତୁଙ୍କୁ ସାମିଲ କରିବା ନେଇ ଷ୍ଟୁଡିଓ ପଶ୍ଚାତାପ କରିଛି। ଫଟୋରେ ଶାବକ ନିଜ ମାଲିକ ସହ ଅଛି ଓ ତାଙ୍କ ପାଖରେ ଲାଇସେନ୍ସ ବି ଅଛି। ଷ୍ଟୁଡିଓ ଅନୁସାରେ ଶାବକକୁ ଡ୍ରଗ୍ସ ଦିଆଯାଇନଥିଲା।

ସଂଗଠନ ଅନୁସାରେ ଅନେକ ବିବାହ ଫଟୋସୁଟରେ ଶାବକଙ୍କ ଫଟୋ ଅଛି। ଏହାର ମୂଳ କାରଣ ଲାଇସେନ୍ସ ଯାହା ବନ୍ୟଜୀବ ବ୍ୟବସାୟକୁ ପ୍ରୋତ୍ସାହନ ଦେଇଥାଏ। ଏହାର ଦୁରୁପଯୋଗକୁ ରୋକିବା ଆବଶ୍ୟକ ବୋଲି ସଂଗଠନ କହିଛି।

ପଞ୍ଜାବ ୱାଇଲ୍ଡ ଲାଇଫ୍ ଡିପାର୍ଟମେଣ୍ଟ ଭାଇରାଲ ଫଟୋସୁଟର ନୋଟିସ ନେଇ ଦମ୍ପତିଙ୍କୁ ତଲାଶ କରୁଛି ଯେପରିକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଅଧିକାରୀଙ୍କ କହିବାନୁଯାୟୀ, ବିବାହ ସମୟରେ ବନ୍ୟଜନ୍ତୁଙ୍କୁ ରଖାଯାଇପାରିବ କିନ୍ତୁ ବ୍ୟବସାୟିକ ଉଦ୍ଦେଶ୍ୟରେ ତାଙ୍କୁ ବ୍ୟବହାର କରାଯାଇ ପାରିବନାହିଁ। ପାକିସ୍ତାନରେ ବାଘ କିଣିବା ଓ ବିକିବା ଆଇନ ଅନୁଯାୟୀ ମାନ୍ୟ। ସେଥିପାଇଁ ଅନେକ ଲୋକ ଲାଇସେନ୍ସ ନେଇ ବାଘ ଶାବକ ରଖନ୍ତି।

Leave A Reply

Your email address will not be published.