ଶିଶୁ ଶ୍ରମିକଙ୍କୁ ବିଲରେ ଚାଷ କାମରେ ଲଗାଇ ଗିରଫ ହେଲେ ଦମ୍ପତ୍ତି

0

ମୋରଡା : ଶିଶୁ ଶ୍ରମିକଙ୍କୁ ବିଲରେ ଚାଷ କାମରେ ଲଗାଇ ଗିରଫ ହେଲେ ଦମ୍ପତ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ଗତ ଦୁଇ ତାରିଖରେ ମୋରଡା ଥାନା ଗଡିଗାଁ ପଞ୍ଚାୟତ ଫୁଲବାଡିଆ ଗ୍ରାମର ବିଭାସ ଦଳବେହେରାଙ୍କ ୧୨ବର୍ଷର ନାବାଳକ ପୁଅକୁ ସେହି ଗ୍ରାମର ଏକ ପରିବାର ଜମିରେ ଚାଷ କାମରେ ଲଗାଇଥିଲେ ।  ପରେ ଶିଶୁଟିକୁ ନିଶା ଖୁଆଇବା ସହ ହଠାତ ବର୍ଷା ଆସିବାରୁ ଶିଶୁକୁ ବିଲରେ ଛାଡି ପଳାଇ ଆସିଥିଲେ ଶତ୍ରୁଘ୍ନ ମହାନ୍ତ ବୋଲି ଅଭିଯୋଗ କରିଛନ୍ତି ଶିଶୁର ମା’ ସୁବର୍ଣ୍ଣ ବାରିକ । ପରେ କୌଣସି ପ୍ରକାର ପିଲାଟି ଗାଁ ପାଖ ପଡିଆରେ ପହଞ୍ଚିଥିଲା । ଖବର ପାଇ ନାବଳକ ପିଲାର ଅଭିଭାବକ ପହଞ୍ଚି ସଙ୍ଗେ ସଙ୍ଗେ କିଶାନତାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଶିଶୁଟିକୁ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ହେବା ପରେ ମୋରଡା ଥାନାରେ ଅଭିଯୋଗ କରିଥିଲେ । ପରେ ମୋରଡା ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ଶୁକ୍ରବାର ଅଭିଯୁକ୍ତ ଦମ୍ପତ୍ତି ଫୁଲବାଡିଆ ଗ୍ରାମର ଶତ୍ରୁଘ୍ନ ମହାନ୍ତ ଓ ସୁଭଦ୍ରା ମହାନ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.