ଶୋଇଥିବା ବେଳେ ବୃଦ୍ଧଙ୍କୁ ହତ୍ୟା

0

ଗଞ୍ଜାମ, : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା l ହତ୍ୟାର କାରଣ ଅସ୍ପଷ୍ଟ ରହିଛି l ମୃତକ ଜଣଙ୍କ ହେଲେ ଗୋପାଳପୁର ଗ୍ରାମର କାଶୀନାଥ ଗୌଡ଼ l

ସୂଚନା ଅନୁସାରେ, ଶୁକ୍ରବାର ମଧ୍ୟ ରାତ୍ରରେ କାଶୀନାଥ ବାରଣ୍ଡାରେ ଖଟରେ ଶୋଇଥିଲେ । ଏହି ସମୟରେ  ଦୁର୍ବୁତ୍ତମାନେ ବାହାର ପଟରୁ କବାଟ ବନ୍ଦ କରିଦେଇଥିଲେ । ହାସହ ଧାରୁଆ ଅସ୍ତ୍ରରେ ବୃଦ୍ଧଙ୍କ ବେକ ଓ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ । ଆଘାତ ଲାଗିବା କାରଣରୁ ବୃଦ୍ଧ ଜଣଙ୍କ ପ୍ରାଣ ହରାଇଥିଲେ ।  ଏହାପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ।

ପରିବାର ଲୋକେ ପଡୋଶୀ ଘରକୁ ଫୋନ ଯୋଗେ ଯୋଗାଯୋଗ କରି କବାଟ ଖୋଲିବା ପରେ ଘଟଣା ସମ୍ପର୍କ ରେ ଜାଣିଥିଲେ l ଏବେସୁଦ୍ଧା ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ବଡ଼ଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ଛାନଭିନ୍ ଚଳାଇଛି l

Leave A Reply

Your email address will not be published.