ସୈନ୍ୟ ଶକ୍ତିରେ ଆଫଗାନିସ୍ତାନ ସାମ୍ନାରେ ତିଷ୍ଠି ପାରିନଥାନ୍ତା ତାଲିବାନ

0

ନୂଆଦିଲ୍ଲୀ : ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ପ୍ରାୟତଃ ନିଶ୍ଚିତ ହୋଇ ଯାଇଛି। ତାଲିବାନ ସମ୍ମୁଖରେ ମୁଣ୍ଡ ନୁଆଁଇ ସାରିଛି ଆଫଗାନିସ୍ତାନ ସରକାର। ତାଲିବାନ ଦେଶର ସମସ୍ତ ସୀମାକୁ ଦଖଲ କରିବା ସହ ରାଜଧାନୀ କାବୁଲ୍‌କୁ ମଧ୍ୟ ଅକ୍ତିକାର କରି ସାରିଛି। ସୂତ୍ର ଅନୁସାରେ, ଦେଶରେ କ୍ଷମତା ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି। ନୂତନ ଅନ୍ତରୀଣ ସରକାରରେ ଅନ୍ତରୀଣ ପ୍ରମୁଖ  ଭାବେ ଅଲି ଅହମ୍ମଦ ଜଲାଲିଙ୍କ ନାମ ସର୍ବାଗ୍ରେ ରହିଛି। ତାଲିବାନକୁ କ୍ଷମତା ହସ୍ତାନ୍ତର କରିବା ପାଇଁ ଆଫଗାନ ରାଷ୍ଟ୍ରପତି ଭବନ ଏଆରଜିରେ ଆଲୋଚନା ଜାରି ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସୈନ୍ୟ ଶକ୍ତିରେ ଆଫଗାନ ସେନା ସମ୍ମୁଖରେ କୌଣସି ଜାଗାରେ ତିଷ୍ଠି ପାରିନଥାନ୍ତା ତାଲିବାନ। ତଥାପି କେମିତି ଜିତିଲା ବାଜି।

ଆଫଗାନିସ୍ତାନରେ ସୁରକ୍ଷାବଳରେ ଅଧିକୃତ ସୈନ୍ୟ ସଂଖ୍ୟା ୩ ଲକ୍ଷ ୫୨  ହଜାର ରହିଛି। ୨୦୨୦ ଜୁଲାଇ ସୁଦ୍ଧା ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟରେ ଅଧିକାରୀଙ୍କ ସଂଖ୍ୟା ଏକ ଲକ୍ଷ ୮୫ ହଜାର ୪୭୮ ଥିଲା। ଏହାରି ଅଧୀନରେ ସେନା, ବାୟୁସେନା ଓ ସ୍ଵତନ୍ତ୍ର ଅପରେସନ ଫୋର୍ସେସ୍(ଏସଓଏଫ) ଆସିଥାଏ। ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟରେ ଏହି ସଂଖ୍ୟା ଏକ ଲକ୍ଷ ୩  ହଜାର ୨୨୪ ରହିଛି। ଏହାରି ଅନ୍ତର୍ଗତରେ ବିଭିନ୍ନ ପୋଲିସ ବଳ ରହିଛି। ଏହି ସବୁକୁ ମିଶାଇଲେ ସୁରକ୍ଷାବଳର ମୋଟ୍ ଅଧିକାରୀଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ୭୦୨ ରହିଛି। ୨୦୧୯ରେ ଜାରି ଆଫଗାନ ନ୍ୟାସନାଲ ଆର୍ମି(ଏଏନଏ)ର ତଥ୍ୟ ଅନୁଯାୟୀ, ଆଫଗାନିସ୍ତାନର ସେନାରେ ପ୍ରାୟ ଏକ ଲକ୍ଷ ୮୦ ହଜାର ସୈନିକ ରହିଛି।

ତାଲିବାନର ସଦସ୍ୟ ସଂଖ୍ୟା ବିଷୟରେ କୌଣସି ଆନୁଷ୍ଠାନିକ ସୂଚନା ନାହିଁ। ତଥାପି ଏହାର ସଦସ୍ୟ ସଂଖ୍ୟା ୫୦ ହଜାରରୁ ଏକ ଲକ୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ଆଉ ଏକ ରିପୋର୍ଟ ଅନୁସାରେ, ତାଲିବାନର ମୋଟ୍ ସଦସ୍ୟ ସଂଖ୍ୟା ଦୁଇ ଲକ୍ଷରୁ ଅଧିକ ରହିଛି। ଏଥିରୁ ପ୍ରାୟ ୬୦  ହଜାର ଲଢିବା ପାଇଁ ସର୍ବଦା ପ୍ରସ୍ତୁତ ଥାଆନ୍ତି। ଏହା ବ୍ୟତୀତ ୯୦  ହଜାର ସଦସ୍ୟ ସ୍ଥାନୀୟ। ସାମଗ୍ରୀ ଯୋଗାଇବା ଓ ଅନ୍ୟ ସହଯୋଗ ଯୋଗାଉଥିବା ସଦସ୍ୟଙ୍କ ସଂଖ୍ୟା ୧୦  ହଜାର ରହିଛି। ଆମେରିକା ୨୦୧୪ରେ ତାଲିବାନର ସଦସ୍ୟ ସଂଖ୍ୟା ପ୍ରାୟ ୨୦ ହଜାର ଥିବା କହିଥିଲା। ଏମିତିରେ ତଥ୍ୟର ତୂଳନା କଲେ ଜଣା ପଡୁଛି ଯେ, ସମୟକ୍ରେମ ତାଲିବାନ ସଦସ୍ୟ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି।

Leave A Reply

Your email address will not be published.