ସୋପିଆନରେ ଆତଙ୍କୀ ହମଲା

0

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀର ଦକ୍ଷିଣ କାଶ୍ମୀର ସୋପିଆନରେ ଆତଙ୍କୀ ହମଲା । ସକାଳେ CRPF ଟିମ୍ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ହମଲାର ପ୍ରକୋପ ଏତେ ଥିଲା ଯେ, ଏଥିରକେ ଜଣେ ଯବାନ ଆହତ ହୋଇଛି । ଚିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିସହିତ ଆକ୍ରମଣ ପରେ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଆତଙ୍କବାଦୀ ।

ସେମାନଙ୍କୁ ଖୋଜିବାକୁ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଘଟଣାକୁ ନିଶ୍ଚିତ କରି ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ କିଛି ଆତଙ୍କବାଦୀ ହଠାତ୍ ଜେନାପୋରାର କରାଲଚେକ୍ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ CRPF କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ ।

ବହୁ ଦୂରରୁ ଏହି ଆକ୍ରମଣ କରାଯାଇଥିଲା । ତେବେ CRPF ଯବାନମାନେ ସେମାନଙ୍କ ସ୍ଥିତି ନେଇ ଆତଙ୍କବାଦୀଙ୍କ ଉପରେ ପାଲଟା ଆକ୍ରମଣ କରିବାକୁ ଯୋଜନା କରିଥିଲେ। ହେଲେ ସୁଯୋଗ ପାଇବା ମାତ୍ରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ।

Leave A Reply

Your email address will not be published.