ସର୍ଟସର୍କିଟ କାରଣରୁ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ

0

ଅହମ୍ମଦାବାଦ, : ଗୁଜୁରାଟର ଅହମ୍ମଦାବାଦ ସହରରେ ଏକ ଅଭାବନୀୟ ଘଟଣା ଘଟିଛି । ରନ୍ଧନ ଗ୍ୟାସ୍‌ ଲିକ୍‌ ହବା କାରଣରୁ ୭ ଜଣଙ୍କ ଜୀବନ ଯାଇଛି । ଏଥିରେ ଗୁରୁତର ଭାବେ ୧୦ ଜଣ ଜଳି ଯାଇଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ଦୁଇଜଣଙ୍କ ମୃତ୍ୟୁ ଘଟି ଏହା ୭ରେ ପହଞ୍ଚିଛି ।

 

ଅହମ୍ମଦାବାଦ ନଗର ପୋଲିସ୍‌ର ସୂଚନା ଅନୁସାରେ, ଏକ ଶିଳ୍ପାନୁଷ୍ଠାନରେ କାମ କରୁଥିବା କିଛି ଶ୍ରମିକ ଫ୍ୟାକ୍ଟ୍ରି ଭିତରେ ଥିବା ଏକ ରୁମ୍‌ରେ ଶୋଇଥିଲେ । ଏହି ସମୟରେ ରୁମ୍‌ ଭିତରେ ଥିବା ଏଲ୍‌ପିଜି ଗ୍ୟାସ୍‌ ଲିକ୍‌ ହୋଇଥିଲା । ପାଖ ରୁମ୍‌ରେ ଶୋଇଥିବା ଶ୍ରମିକ ସେମାନଙ୍କୁ ଗ୍ୟାସ୍‌ ଲିକ୍‌ ହେଉଥିବା ଜାଣି ଡାକିଥିଲେ । କିନ୍ତୁ ସେମାନଙ୍କ ଭିତରୁ ଜଣେ ଉଠି ଲାଇଟ୍‌ ସୁଇଚ୍‌ ମାରିଥିଲା । ଏହି ସମୟରେ ସୁଇଚ୍‌ରୁ ସର୍ଟସର୍କିଟ୍‌ ହୋଇ ନିଆଁ ବାହାରିଥିଲା । ଫଳରେ ଲିକ୍‌ ହେଉଥିବା ଗ୍ୟାସ୍‌ରେ ନିଆଁ ଧରି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ନିଆଁରେ ଦଗ୍ଧ ହୋଇସାରିଥିଲେ ।

 

ତେବେ ଆସ୍‌ଲାଲି ପୋଲସ୍‌ ଷ୍ଟେସନର ଥାନା ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ଜୁଲାଇ ୨୦ରେ ଘଟିଛି । ସର୍ଟସର୍କିଟ କାରଣରୁ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଏଥିରେ ରୁମ୍‌ରେ ଥିବା ୧୦ ଜଣ ଜଳି ଯାଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଗୋଟିଏ ପରିବାର ସମସ୍ତ ସଦସ୍ୟଙ୍କର ଜୀବନ ଯାଇଛି

Leave A Reply

Your email address will not be published.