ଶ୍ରମିକଙ୍କ ମୃତଦେହ ଉଦ୍ଧାର

0

ଭଞ୍ଜନଗର : ଋଷିକୂଲ୍ୟ ନଦୀରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ମାଥାଖାଲ ନିର୍ମାଣ ଧୀନ ବ୍ରିଜ ନିକଟ ନଦୀରୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତକ ଜଣକ ହେଲେ ଧରାକୋଟ ବ୍ଲକ ଗଡ଼ଦାମୋଦର ପଲ୍ଲୀର କୈଳାଶ ସାନବଡ଼ l

ସୂଚନାନୁଯାୟୀ, କୈଳାଶ ଗତ ୨୪ ଦିନ ହେଲା ବ୍ରିଜ କାମରେ ନିୟୋଜିତ ଥିଲେ l ପରିବାର ଲୋକେ ନଦୀରେ ପଡି ମୃତ୍ୟୁ ହୋଇଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କୈଳାଶଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣିଥିଲା। ସେଠାରେ ଡାକ୍ତର କୈଳାଶକୁ ମୃତ ଘୋଷଣା କରିବା ପରେ ଶବ ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇଯାଇଛି। ଏହି ଘଟଣାର ଅଧିକା ତଦନ୍ତ କରୁଛି ପୋଲିସl ତେବେ କେଉଁ କାରଣରୁ କୈଳାଶଙ୍କ ମୃତ୍ୟୁ ହୋଇଛି ତାହା ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.