ଶ୍ରୀମନ୍ଦିର ୪୮ଘଣ୍ଟିଆ ଦର୍ଶନ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ

0

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ସପ୍ତାହରେ ଦୁଇ ଦିନ ବନ୍ଦ କରିବାକୁ ଆଜି ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି । ଏହା ଅନୁମୋଦନ ପାଇଁ ସରକାରଙ୍କ ପାଖକୁ ପଠାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ମର୍ମରେ ଆଜି ସନ୍ଧ୍ୟାରେ ଆଲୋଚନା ହୋଇଥିଲା । ବୈଠକ ପରେ ଛତିଶା ନିଯୋଗ ସଦସ୍ୟମାନେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ ସପ୍ତାହରେ ଶନି ଓ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବାକୁ ପ୍ରସ୍ତାବ ଦେଇଥିଲେ ।

ସୂଚନାଯୋଗ୍ୟ, କୋଭିଡ୍‌ ସଂକ୍ରମଣ ଚେନକୁ କାଟିବାକୁ ହେଲେ ୨୪ଘଣ୍ଟିଆ ବନ୍ଦ ରହୁଥିବା ମନ୍ଦିର ଗୁଡ଼ିକୁ ୪୮ଘଣ୍ଟିଆ ଦର୍ଶନ ବନ୍ଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ବୁଧବାର ଜିଲ୍ଲା ପ୍ରଶାସନଗୁଡ଼ିକୁ ପରାମର୍ଶ ଦେଇଛି । ଏହା ପୂର୍ବରୁ ଶ୍ରୀମନ୍ଦିର ଦର୍ଶନ ରବିବାର ଦିନ ବନ୍ଦ ରହୁଥିଲା । କୋଭିଡ୍‌ ନିରାକରଣ ପାଇଁ ଏବେ ରବିବାର ସହ ଶନିବାର ମଧ୍ୟ ଦର୍ଶନ ବନ୍ଦ ପ୍ରସ୍ତାବ ଛତିଶା ନିଯୋଗ ଦେଇଛି ।

Leave A Reply

Your email address will not be published.