ନୂଆଦିଲ୍ଲୀ, : ସାରା ଦେଶରେ କରୋନା ଆତଙ୍କ। ହୁ ହୁ ହୋଇ ବଢୁଛି କରୋନାର ଦ୍ଵିତୀୟ ଲହରୀ। ଘାତକ ହେଉଛି ନୂଆ ମ୍ୟୁଟାଣ୍ଟ। ମୃତ୍ୟୁର ତାଣ୍ଡବ ରଚିଛି ଅଦୃଶ୍ୟ ଭୂତାଣୁ। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ମୃତ୍ୟୁ ଘଟୁଛି। ଦୈନିକ ରେକର୍ଡ ଭାଙ୍ଗୁଛି ବର୍ଦ୍ଧିତ ସଂକ୍ରମଣ। ଦେଶରେ ୪ ଲକ୍ଷ ଅତିକ୍ରମ କଲାଣି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୪ ଲକ୍ଷ ୧ ହଜାର ୭୮ ନୂଆ କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦିନକରେ୪ ହଜାର ୧୮୭ ମୁଣ୍ଡ ନେଇଛି କରୋନା। ସେହିପରି ୩ ଲକ୍ଷ ୧୮ ହଜାର ୬୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ସୂଚନାନୁଯାୟୀ, ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୧୮,୯୨,୬୭୬ରେ ପହଞ୍ଚିଥିବା ବେଳେ ୨,୩୮,୨୭୦ ଜଣଙ୍କ ଜୀବନ ନେଇଛି କରୋନା। ସେହିପରି ୧,୭୯,୩୦,୯୬୦ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିବା ବେଳେ ଏଯାବତ୍ ୩୭,୨୩,୪୪୬ ଆକ୍ଟିଭ୍ କେସ୍ ରହିଛନ୍ତି। ଦେଶରେ ୧୬,୭୩,୪୬,୫୪୪ ଜଣଙ୍କୁ ଟିକାକରଣ ସରିଛି।