ଷ୍ଟ୍ରେଚରେ ୩ କିମି ବୁହା ହୋଇ ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ

0

ବଲାଙ୍ଗୀର :  ଗାଁକୁ ରାସ୍ତା ଅଭାବ । ଷ୍ଟ୍ରେଚରେ ୩ କିମି ବୁହା ହୋଇ ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ । ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଭିରକାପଡ଼ା ଗାଁର ଘଟିଛି ଘଟଣା । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏପରି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।  ଖବର ଅନୁଯାୟୀ, ଭିରକାପଡ଼ା ଗାଁର ୫୫ ବର୍ଷୀୟ ପ୍ରସନ୍ନ ଛାତ୍ରୀଆଙ୍କ ଦେହ ଗୁରୁତର ହୋଇଥିଲା । ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକ। ଠିକ ସମୟରେ ଆମ୍ବୁଲାନ୍ସ ଆସିଥଲେ ମଧ୍ୟ ଗାଁକୁ ପ୍ରବେଶ କରି ପାରିନଥିଲା । ଶେଷରେ ୩ କିଲୋମିଟର ଦୂରରେ ରହି ଯାଇଥିଲା ଆମ୍ବୁଲାନ୍ସ। ତେବେ ଏଭଳି ପରିସ୍ଥିତିରେ ଆମ୍ବୁଲାନ୍ସ କର୍ମଚାରୀ ହାର ନ ମାନି ଷ୍ଟ୍ରେଚର ଚାଲି ଚାଲି ଦାବିଜୁରୀ ରୁ ଭିରକାପଡାକୁ ଯାଇ ସେଠାରୁ ରୋଗୀଙ୍କୁ ବୋହିକି ଆଣିଥିଲେ। ଗାଁ କିଛି ଲୋକ ଓ ପରିବାର ଲୋକଙ୍କ ସହ ରୋଗୀଙ୍କୁ ଡକ୍ଟରଖାନାକୁ ନିଆଯାଇଥିଲା ।  ସୂଚନାଯୋଗ୍ୟ ଯେ, ତେବେ ଏହି ଗାଁରେ ୪୦ ପରିବାର ରହୁଥିବା ବେଳେ ଦୀର୍ଘ ବର୍ଷ ହେଲା ଗାଁକୁ ରାସ୍ତା ନାହିଁ। ଲୋକ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନଜର ଦେଉନଥିବା ଅଭିଯୋଗ ହେଉଛି ।  ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସୀ। ସେପଟେ ଏ ନେଇ ବିଡ଼ିଓ ଙ୍କ ମତାମତ ପାଇଁ ଯୋଗାଯୋଗ କରିଥିଲୁ, କିନ୍ତୁ ସେ କୌଣସି ବୈଠକରେ ଥିବା କହିଥିଲେ ବ୍ଲକ କର୍ମଚାରୀ। ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ଧ୍ୟାନ ଦେବା ସହ ଗାଁ ଲୋକଙ୍କ ସମସ୍ୟାର ସମାଧାନ କରିବା ଜରୁରୀ ହୋଇଛି।

Leave A Reply

Your email address will not be published.