ଜଳେଶ୍ଵର : ପାରିବାରିକ କଳହରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ଵାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଳେଶ୍ଵରର ସିଙ୍ଗଲା ଥାନା କଷାଫଳ ଗାଁରେ। ମୃତକ ଜଣକ ହେଲେ କାଞ୍ଚନ ମଣ୍ଡଲ। ଅଭିଯୁକ୍ତ ସ୍ଵାମୀ ଝାଡେଶ୍ଵର ମଣ୍ଡଲଙ୍କୁ ପୋଲିସ ଗିରଫ କରିଛି।
ସିଙ୍ଗଲା ଥାନା କଷାଫଳ ଗାଁ ଝାଡେଶ୍ଵର ମଣ୍ଡଳ ଓ ତାଙ୍କ ସ୍ତ୍ରୀ କାଞ୍ଚନ ମଣ୍ଡଳଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ଲାଗି ଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ କାଞ୍ଚନଙ୍କୁ ପିଟି ପିଟି ହତ୍ୟା କରିଛି ଝାଡେଶ୍ଵର। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହ ଅଭିଯୁକ୍ତ ଝାଡେଶ୍ଵର ମଣ୍ଡଳଙ୍କୁ ଗିରଫ କରିଛି ପୋଲିସ।