ସ୍ତ୍ରୀର ଜୀବନ ନେଲା ସ୍ଵାମୀ

0

ନବରଙ୍ଗପୁର: ପାରିବାରିକ କଳହରୁ କରୁଣ ପରିଣତି। ସ୍ତ୍ରୀର ଜୀବନ ନେଲା ସ୍ଵାମୀ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଉମରଗାଁ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନାନୁଯାୟୀ, କୋଷାଗୁମୁଡା ଥାନା ଅନ୍ତର୍ଗତ ଉମରଗାଁର ବନମାଳୀ ଭତରା ଓ ତାଙ୍କ ସ୍ତ୍ରୀ ବୁଦମତି ଭତରାଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା। ଆଜି ପୁଣି ଥରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ କଳହ ଏତେ ଉଗ୍ର ରୂପ ନେଇଥିଲା ଯେ, ବନମାଳୀ ଭତରା ତାଙ୍କ ସ୍ତ୍ରୀ ବୁଦମତି ଭତରାଙ୍କୁ ଏକ କାଠ ଫାଳିଆରେ ହତ୍ୟା କରିଛନ୍ତି। ଏନେଇ କୋଷାଗୁମୁଡା ଥାନାରେ ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ କୋଷାଗୁମୁଡ଼ା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତ ସ୍ଵାମୀକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ।

Leave A Reply

Your email address will not be published.